ଆଗକୁ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ବନ୍ଦ ହେବ

ନୂଆଦିଲ୍ଲୀ: ମାର୍ଚ୍ଚ-ଏପ୍ରିଲ ପରେ ବଜାରରେ ଆଉ ଚାଲିବନି ପୁରୁଣା ୧୦୦ ଟଙ୍କିଆ , ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍ ବୋଲି ଆରବିଆଇ ଜେନେରାଲ ମ୍ୟାନେଜର ବି ମହେଶ ସୂଚନା ଦେଇଛନ୍ତି । ବଜାରକୁ ଏହି ସବୁ ନୋଟର ନୂଆ ନୋଟ୍ ଆସି ସାରିଛି। ୨୦୧୯ରେ ଆରବିଆଇ ନୂଆ ୧୦୦ ଟଙ୍କିଆ ନୋଟ୍ ଜାରି କରିଥିଲା ।

ନୋଟବନ୍ଦୀ ସମୟରେ ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିଥିଲେ । ହଠାତ୍ ବନ୍ଦ କରାଯାଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ତେଣୁ ଏବେ ନୂଆ ନୋଟ୍ ବଜାରକୁ ଛାଡି ପୁରୁଣା ନୋଟ୍ ବନ୍ଦ କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି।