ଟ୍ରକକୁ ଯାତ୍ରୀବାହୀ ବସ୍‍ ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ, ୪ ଜଣ ଆହତ

ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଆଜି ଏକ ମର୍ମନ୍ତୁଦ….

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ଯାତ୍ରୀବାହୀ ବସ୍‍ ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଉକ୍ତ ବସଟି ସମ୍ବଲପୁରରୁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଓ ସ୍ଥାନୀୟ ପହଞ୍ଚି ମୃତାହତକୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।