ବାହାର ଲୋକଙ୍କୁ ପୁରୀ ମନା- shaksi news

ପୁରୀ(ଏସ୍ ନ୍ୟୁଜ ): ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ତେବେ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଏଥିନିମନ୍ତେ ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ ।ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜିଠୁ ପଞ୍ଚକ ଆରମ୍ଭ ହେଉଥିବା ବେଳେ ଆସନ୍ତା କାଲି ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପୁରୀ ଲୋକ ପତିତପାବନ ଦର୍ଶନ କରିପାରିବେ। କିନ୍ତୁ ମନ୍ଦିର ପ୍ରବେଶକୁ ମନା କରାଯାଇଛି।ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମରିଚକୋଟ ଛକରୁ ପାଦରେ ଚାଲି କାକୁଡ଼ିଖାଇ ଛକ ଦେଇ ବାହାରିବେ। ଜଗନ୍ନାଥବଲ୍ଲଭରେ ଅବଢ଼ା ପ୍ରଦାନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।