ଭାରତରେ କମୁଛି ଦାରିଦ୍ର୍ୟତା : ବିଶ୍ୱ ବ୍ୟାଙ୍କ

ବିଶ୍ୱ ବ୍ୟାଙ୍କ ପଲିସି ରିସର୍ଚ୍ଚରୁ ଭାରତରେ ଧିରେ ଧିରେ କମୁଛି ଦାରିଦ୍ର୍ୟତା..

ନୂଆଦିଲ୍ଲୀ : ଭାରତରେ ଧିରେ ଧିରେ କମୁଛି ଦାରିଦ୍ର୍ୟତା । ବିଶ୍ୱ ବ୍ୟାଙ୍କ ପଲିସି ରିସର୍ଚ୍ଚରୁ ଏକ ଆଶ୍ୱସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ୨୦୧୧ ତୁଳନାରେ ୨୦୧୯ରେ ଭାରତରେ ଦାରିଦ୍ର୍ୟ ୧୨.୩ ପ୍ରତିଶତ ହ୍ରାସ ପାଇଛି । ସେିହପରି ଦାରିଦ୍ର୍ୟ ସଂଖ୍ୟା ୨୦୧୧ରେ ୨୨.୫ ପ୍ରତିଶତରୁ ୨୦୧୯ ରେ ୧୦.୨ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଆଇଏମ୍‌ଏଫ ମଧ୍ୟ କହିଛି ଯେ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହ୍ରାସ ହୋଇଛି । ରାଜ୍ୟ ଯୋଗାଇ ଦିଆଯାଇଥିବା ଖାଦ୍ୟ ହ୍ୟାଣ୍ଡଆଉଟ୍‌ ମାଧ୍ୟମରେ ୪୦ ବର୍ଷ ମଧ୍ୟରେ ଉପଭୋକ୍ତା ଅସମାନତା ସର୍ବନିମ୍ନ ସ୍ତରରେ ଅଛି ।

ସେହିପରି ଗ୍ରାମାଞ୍ଚଳର ଦାରିଦ୍ର୍ୟ ୨୦୧୧ ରେ ୨୬.୩ ପ୍ରତିଶତରୁ ୨୦୧୯ ରେ ୧୧.୬ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ସହରାଞ୍ଚଳରେ ହ୍ରାସ ୧୪.୨ପ୍ରତିଶତରୁ ୬.୩ ପ୍ରତିଶତକୁ ହ୍ରାସ ପାଇଛି । ଭାରତରେ ୮ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଦାରିଦ୍ର୍ୟ ୧୪.୭ ଏବଂ ୭.୯ ପ୍ରତିଶତ ହ୍ରାସ ପାଇଛି ବୋଲି ବିଶ୍ୱ ବ୍ୟାଙ୍କ ଦର୍ଶାଇଛି ।