କଂଗ୍ରେସର ଅଫରକୁ ପ୍ରଶାନ୍ତଙ୍କ ନା

କଂଗ୍ରେସକୁ ନିର୍ବାଚନରେ ମିଳୁଥିବା ଲଗାତାର ପରାଜୟ ପରେ…

ନୂଆଦିଲ୍ଲୀ: କଂଗ୍ରେସକୁ ନିର୍ବାଚନରେ ମିଳୁଥିବା ଲଗାତାର ପରାଜୟ ପରେ ୨୦୨୪ ପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛି । ପାର୍ଟିରେ ଅନେକ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଥିବାବେଳେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଭୂମିକାକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା । କିନ୍ତୁ ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବାକୁ ମନା କରି ଦେଇଛନ୍ତି । ଏନେଇ କଂଗ୍ରେସ ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ ପ୍ରଶାନ୍ତ କିଶୋର ୨୦୨୪ରେ ବିଜୟୀ ହେବା ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ସମ୍ମୁଖରେ ରୋଡମ୍ୟାପ ଉପସ୍ଥାପନ କରିଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତରଫରୁ ଏକ ଆକ୍ସନ ଗ୍ରୁପ ଗଠନ କରାଯାଇଥିଲା । ଗ୍ରୁପରେ ଅନେକ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଦଳ ପକ୍ଷରୁ ଅଫର ଦିଆଯାଇଥିଲା । କିନ୍ତୁ ସେ ଏସବୁକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଏନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟୱାଲା ସୂଚନା ଦେଇଛନ୍ତି ।