ବରୁଣ-ନତାଶାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ(ଏସ୍ ନ୍ୟୁଜ): ବଲିଉଡ ଅଭିନେତା ତଥା ଚକୋଲେଟ୍ ହିରୋ ବରୁଣ ଧୱନ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ପିଲା ଦିନର ସାଥୀ ନତାଶାଙ୍କୁ କରିବେ ନିଜ ଜୀବନ ସାଥୀ। ଏଥିପାଇଁ ଆରମ୍ଭ ହୋଇଛି ବିବାହର ପୂର୍ବ ପ୍ରସ୍ତୁତି। ଅଭିନେତା ବରୁଣ ଧୱନ ତାଙ୍କ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଚଳିତ ମାସରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଅଛି।

ଦୀର୍ଘଦିନ ହେବ ବରୁଣ ନତାଶାଙ୍କ ସହ ଲିଭ-ଇନ୍ ରିଲେସନସିପରେ ଥିଲେ। ଉଭୟଙ୍କ ଘର ଲୋକେ ବିବାହ ପାଇଁ ଚାପ ପକାଉଥିବା ନିକଟରେ ବରୁଣ ଏକ ସାକ୍ଷାତକାରରେ କହିଥିଲେ। କରୋନା ସ୍ଥିତି ସ୍ୱାଭାବିକ ହେବା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି।