ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର…

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୀତାଞ୍ଜଳୀଙ୍କୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି । ରାଜ୍ୟପାଳ ତାଙ୍କୁ ୪ ବର୍ଷ ପାଇଁ କୁଳପତି ପଦରେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ଶ୍ରୀ ଦାସ ରାଜନୀତି ବିଜ୍ଞାନର ପ୍ରଫେସର ଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ୩୬ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ତାଙ୍କ ଅଧୀନରେ ୪ ଜଣ ପିଏଚଡି ଓ ୩୫ ଜଣ ଏମଫିଲ ସ୍କଲାର ଶିକ୍ଷା ଗ୍ରହଣ କରିଛନ୍ତି ।