ପୁରୀ ହାଜତ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ-shaksi news

ପୁରୀ(ଏସ୍ ନ୍ୟୁଜ ): ପୁରୀ ହାଜତ ମୃତ୍ୟୁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଆଇଥିବା ନେଇ ସରକାରଙ୍କ ସୂଚନା ।ଗତକାଲି ହାଇକୋର୍ଟରେ ଏହି ମାମଲାରୁ ଶୁଣାଣି ଚାଲିଥିଲା ବେଳେ ସରକାରୀ ଓକିଲ ଦେଇଛନ୍ତି ଏହି ତଥ୍ୟ ।

ଖବର ଅନୁଯାୟୀ, ଗତ ୧୮ ତାରିଖ ଦିନ ମଧ୍ୟାହ୍ନ ସମୟରେ ଏକ ଡକାୟତି ଅଭିଯୋଗରେ କେ.ରମେଶକୁ ବାସେଳୀସାହି ଥାନା ପୋଲିସ ଉଠାଇ ନେଇଥିଲା । ଥାନା ହାଜତରେ କେ.ରମେଶଙ୍କୁ ପିଟି ପିଟି ମାରି ଦେବାର ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗିଥିଲା । ସେପଟେ ସେହି ଦିନ ରାତିରେ ତାଙ୍କ ବାପା ଓ ମାଙ୍କୁ ପୋଲିସ ଉଠାଇ ନେଇଥିଲା । ଖାଲି ସେତିକି ନୁହେଁ ଅର୍ଥ ଓ ଜାଗାର ପ୍ରଲୋଭନ ଦେଖାଇ ସମସ୍ତଙ୍କ ପାଟି ଚୁପ୍ କରିବାକୁ ପରିବାର ଉପରେ ପୋଲିସ ଚାପ ପକାଉଥିବାର ମଧ୍ୟ ଅଭିଯୋଗ ହୋଇଛି ।

ସେପଟେ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି କରୁଛନ୍ତି ମାନ୍ୟବର ହାଇକୋର୍ଟ ।