ସିଲିଗୁଡି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ

ଦେବଗଡ ଜିଲ୍ଲା ସିଲିଗୁଡି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ….

ଦେବଗଡ: ଦେବଗଡ ଜିଲ୍ଲା ସିଲିଗୁଡି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ । ବିଡିଓଙ୍କୁ ଆକ୍ରମଣ କରିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ତେବେ ଆକ୍ରମଣ ପରେ ବିଡିଓ ଜଣକ ଗୁରୁତର ହୋଇପଡିଥିଲେ । ଆଉ ଏହାପରେ ବିଡିଓଙ୍କୁ ତାଙ୍କ ସହକର୍ମୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ବିଡିଓଙ୍କୁ ବିଧାୟକ ଜଣକ କାହିଁକି ଆକ୍ରମଣ କଲେ, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ଅନ୍ୟପଟେ ଏନେଇ ଥାନାରେ ଏତଲା ଦେଇଛନ୍ତି ବିଡିଓ ।