ଅଲିମ୍ପିକ୍ସରେ ପି ଭି ସିନ୍ଧୁଙ୍କ ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଗ୍ରୁପ୍ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ସଟଲର ପି. ଭି. ସିନ୍ଧୁ । ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ସେ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି ପି. ଭି. ସିନ୍ଧୁ । ଆସନ୍ତା ୨୭ ତାରିଖରେ ହଂକଂର ଚୁଙ୍ଗ ଏନଗାନଙ୍କ ସହ ପି. ଭି. ସିନ୍ଧୁଙ୍କ ମୁକାବିଲା ରହିଛି । ମହିଳା ବ୍ୟାଡମିଣ୍ଟନରେ ଏକମାତ୍ର ଖେଳାଳି ଭାବରେ ସେ ଟୋକିଓ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ରାଙ୍କିଂରେ ୭ ନମ୍ବରରେ ଅଛନ୍ତି ସିନ୍ଧୁ । ଏଥର ତାଙ୍କ ପାଖରୁ ପଦକ ଆଶା ରଖିଛି ଭାରତ ।