ଟ୍ରୋଲ ହେଲେ ରାଧିକା

ନୂଆଦିଲ୍ଲୀ : ବଲିଉଡ୍‌ ଇଣ୍ଡଷ୍ଟ୍ରିର ବୋଲ୍ଡ ଓ ଗ୍ଲାମରସ୍‌ ଅଭିନେତ୍ରୀ ରାଧିକା ଆପ୍‌ଟେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଅନ୍ଦାଜର ଫଟୋ ପୋଷ୍ଟ କରନ୍ତି । ଯାହାକି ଫ୍ୟାନ୍ସ ମାନେ ଦେଖି ନଜର ହଟାଇ ପାରନ୍ତି ନାହିଁ । କିନ୍ତୁ ଏଥର ଏମିତି ଏକ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ୟୁଜର୍ସମାନେ ଟ୍ରୋଲ କରିଛନ୍ତି । ଏହି ଫଟୋରେ ରାଧିକା ବଗିଚାରେ ବସିଥିବା ନଜର ଆସିଛନ୍ତି । ତାଙ୍କ ପାଖରେ ଏକ ବେଙ୍ଗର ଷ୍ଟାଚୁ ରହିଛି । ରାଧିକା ସେହି ବେଙ୍ଗକୁ ଦେଖି ତା’ପରି ନକଲ କରି ପୋଜ ଦେଇ ଫଟୋ ଉଠାଇଛନ୍ତି । ତେବେ ଏହି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି କି .. ‘ସମସ୍ତେ ଏକ ପ୍ରକାରର ପଶୁ । ମୁଁ ବେଙ୍ଗ ପରି ଦେଖାଯାଉଛି ..ତୁମେ ତାହାଲେ କଣ’ । ରାଧିକାଙ୍କ ଏହି ଫଟୋରେ ପିଙ୍କ୍‌ କଲରର ସଟ୍ସ୍‌ ପିନ୍ଧିଛନ୍ତି । ଏହାକୁ ଦେଖି ୟୁଜର୍ସମାନେ ତାଙ୍କୁ ଅନେକ କମେଣ୍ଟ ଦେଇ ଟ୍ରୋଲ କରିଛନ୍ତି । ତାଙ୍କୁ ଜଣେ ୟୁଜର୍ସ କହିଛନ୍ତି ‘ଭିକ ମାଗୁଛ କି ବେବି..’ । ଅନ୍ୟ ଜଣେ ଲେଖିଛନ୍ତି କି.’ଏମିତି ଫଟୋ ଉଠାଉଛ ଲଜ୍ୟା ଲାଗୁନି’ । ଆଉ ଜଣେ ମଧ୍ୟ କହିଛନ୍ତି କି ‘ଡ୍ରେସରେ ପ୍ୟାଣ୍ଟ କାହିଁ’ ଏମିତି ଅନେକ କଥା କହିଛନ୍ତି । ରାଧିକାଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ ରାଧିକା ଏହା ପୂର୍ବରୁ ମଧ୍ୟ ଟ୍ରୋଲ ହୋଇଛନ୍ତି ।