ରାଜ କୁନ୍ଦ୍ରା ଆଡଲ୍ଟ ଭିଡିଓ ମାମଲା: କ୍ରାଇମ୍‌ବ୍ରାଞ୍ଚ୍‌ ହାତରେ ୭୦ ପର୍ଣ୍ଣ ଭିଡିଓ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର । ଏହାସହ ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ବି ଲାଗିଛି ତଦନ୍ତକାରୀ ଟିମ୍‌ ହାତରେ । ସୂତ୍ରରୁ ପ୍ରକାଶ ଯେ ହଟସଟ୍‌ ଆପରେ ଅପଲୋଡ୍‌ ହୋଇଥିବା ୨୦ ମିନିଟ୍‌ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ମୋଟ ୯୦ ଟି ଭିଡିଓ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ୍‌ ହାତରେ ଲାଗିଛି । ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ପଚରାଉଚରା ବେଳେ ରାଜ କୁନ୍ଦ୍ରାଙ୍କୁ ଏହି ଭିଡିଓ ଦେଖାଯାଇଥିଲା ଯାହା ଉମେଶ କାମତଙ୍କ ଦ୍ୱାରା ବ୍ରିଟେନର ପ୍ରଡକ୍ୟନ୍‌ କମ୍ପାନୀ କେନରିନ୍‌ ନିକଟକୁ ପଠାଯାଇଥିଲା । ଏହି ସମଗ୍ର ମାମଲାରେ କ୍ରାଇମ୍‌ ବ୍ରାଞ୍ଚ୍‌ କହିଛି ଯେ ପଚରାଉଚରା ବେଳେ ରାଜ କୁନ୍ଦ୍ରା କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ସେ ଅଶ୍ଳୀଳ ଭିଡିଓ କରିନାହାଁନ୍ତି କିନ୍ତୁ ଅନ୍ୟ ଓଟିଟି ପ୍ଲାଟଫର୍ମରେ ଏରୋଟିକ୍‌ ଭିଡିଓ ତିଆରି କରୁଥିଲେ ।
ପୋଲିସର ତୀବ୍ର ପଚରାଉଚରା ବେଳେ ରାଜ କୁନ୍ଦ୍ରାଙ୍କ ସହଯୋଗୀ ତଥା ଆଇଟି ହେଡ୍‌ ରିଆନ୍‌ ଥୋର୍ପ ମଧ୍ୟ ଅନେକ ବଡ଼ ଖୁଲାସା କରିଛନ୍ତି ।