ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଭିଡିଓ ମାମଲା : ସାକ୍ଷୀ ଦେବେ ୪ କର୍ମଚାରୀ

ମୁମ୍ବାଇ : ପର୍ଣ୍ଣ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ କମ୍ପାନୀର ୪ଜଣ କର୍ମଚାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି । ସରକାରୀ ସାକ୍ଷୀ ହୋଇ ସେ ଅଶ୍ଳୀଳ ବ୍ୟବସାୟର ପର୍ଦ୍ଦାଫାଶ କରିବାରେ ପୋଲିସକୁ ସାହାଯ୍ୟ କରିବେ । ସୂଚନା ଅନୁଯାୟୀ, ଏହି ୪ଜଣ କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ ସମ୍ମୁଖରେ ଅନେକ ରହସ୍ୟ ଖୋଲିଛନ୍ତି । ତାଙ୍କ କର୍ମଚାରୀମାନେ କହିଛନ୍ତି ଯେ ଦେଢ଼ବର୍ଷ ମଧ୍ୟରେ ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ଜରିଆରେ ପ୍ରାୟ ୨୫ କୋଟି ଟଙ୍କା ଆୟ କରିଛନ୍ତି । ସେମାନେ କହିଛନ୍ତି ଯେ ପର୍ଣ୍ଣ ଭିଡିଓ ମାଧ୍ୟମରେ ଅର୍ଜିତ ଟଙ୍କା ପ୍ରଥମେ କାନେରିନ କମ୍ପାନୀକୁ ପଠାଯାଉଥିଲା ଏବଂ ପରେ ଅନ୍ୟ ଉପାୟରେ ରାଜ କୁନ୍ଦ୍ରାଙ୍କୁ ପଠାଯାଇଥିଲା । ଏବେ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ଯେ ଏହି ଅନ୍ୟ ଉପାୟ କ୍ରିପ୍‌ଟୋ କରେନ୍ସିର ହୋଇପାରେ । କେଉଁ ଉପାୟରେ ଟଙ୍କା ରାଜ କୁନ୍ଦ୍ରାଙ୍କ ପାଖକୁ ଆସୁଥିଲା ପୋଲିସ ବର୍ତ୍ତମାନ ତାହା ଯାଞ୍ଚ କରୁଛି ।