ରାଜନୀତିଙ୍କୁ ଆସିବେନି ରଜନୀକାନ୍ତ-shaksi news

ଚେନ୍ନାଇ: ରାଜନୀତିକୁ ଆସିବେକି ନାହିଁ ସୁପରଷ୍ଟାର୍ ରଜନୀକାନ୍ତ ଏନେଇ ତାମିଲନାଡୁର ବିଧାନସଭା ନିର୍ବାଚନ ପୂର୍ବରୁବଡ଼ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ରଜନୀକାନ୍ତ ରାଜନୀତିକୁ ଓହ୍ଲାଇବେ ନାହିଁ ବୋଲି ଷ୍ପଷ୍ଟ କରିଛନ୍ତି ।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ନିଜର ରାଜନୀତିକ ପାର୍ଟି ଲଞ୍ଚ କରିବାର ନିଷ୍ପତ୍ତିରୁ ଓହରିଯାଇଥିବା କହିଛନ୍ତି । ରାଜନୀତିକ ପାର୍ଟି ଗଠନ ନକରି ସେ ତାମିଲନାଡୁ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।ବିଗତ ଦିନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁ ଅବନତି ଘଟିଛି, ଏହାକୁ ସେ ଭଗବାନଙ୍କ ଚେତାବନୀ ବୋଲି କହିଛନ୍ତି କହିଥିବ ଅବେଳେ ଏହି କାରଣରୁ ସେ ରାଜନୀତିକ ପାର୍ଟି ଗଠନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଏଠାରେ ପ୍ରକାଶଥାଉକି, ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ଯୋଗୁ ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସେ ହସ୍ପିଟାଲରୁ ଜିସଚାର୍ଜ ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି ଓ ତାଙ୍କୁ କୌଣସି ଗୁରୁତର ସମସ୍ୟା ନାହିଁ ବୋଲି ଡାକ୍ତର କହିଛନ୍ତି । ତେବେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଚିନ୍ତାମୁକ୍ତ ହେବା ପାଇଁ ମଧ୍ୟ ରଜନୀକାନ୍ତଙ୍କୁ ପରାମର୍ଶ ଦିଆଯାଇଛି।

ପୂର୍ବରୁ ଚଳିତମାସ ଆରମ୍ଭରୁ ରଜନୀକାନ୍ତ ରାଜନୀତିରେ ଏଣ୍ଟ୍ରି ନେଇ ଆନୁଷ୍ଠାନିକ ଘୋଷଣା କରିଥାନ୍ତେ। ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ନିଜର ରାଜନୀତିକ ଦଳ ଘୋଷଣା କରିବେ ବୋଲି କହିଥିଲେ। ରଜନୀକାନ୍ତଙ୍କ ସହ ମେଣ୍ଟ କରିବା ପାଇଁ ବିଜେପି ମଧ୍ୟ ଆଲୋଚନା ଆରମ୍ଭ କରିଦେଇଥିଲା। ଏମିତିକି ତାମିଲନାଡୁରେ ରଜନୀକାନ୍ତ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ତାମିଲନାଡୁରେ କ୍ଷମତାସୀନ AIADMK ଏବଂ DMKର ଚିନ୍ତା ବଢ଼ାଇ ଦେଇଥିଲା। କିନ୍ତୁ ଏବେ ରଜନୀଙ୍କର ରାଜନୀତିକୁ ନଆସିବାର ନିଷ୍ପତ୍ତି ନିଶ୍ଚୟ ଭାବେ ଅନ୍ୟମାନଙ୍କ ପାଇଁ ଏକ ଅଶସ୍ତିକର ଖବର ଆଣିଦେଇଛି ।