ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ପାଇଁ ଖାଲି…..

ନୁଆଦିଲ୍ଲୀ: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ପାଇଁ ଖାଲି ହେଉଥିବା ୩ ଆସନ ପାଇଁ ଅନୁଷ୍ଠିତ ହେବ ଏହି ନିର୍ବାଚନ । ଏଥି ପାଇଁ ଜୁନ ୧୦ରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାରୁ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନ ନେଇ ମେ ୨୪ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ । ଏହା ପରେ ଜୁନ୍ ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ଜୁନ୍ ୧ ତାରିଖରେ ନିର୍ବାଚନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ସେହିଦିନ ସନ୍ଧ୍ୟା ୫ଟାରୁ ଭୋଟ ଗଣନା ଆରମ୍ଭ ହେବ । ବାଲାଟ ପେପରେ ନିର୍ବାଚନରେ ଅନୁଷ୍ଠିତ ହେବ । ବାଲାଟ ପେପର ଉପରେ କେବଳ ବାଇଗଣୀ ରଙ୍ଗର ସ୍କେଚ୍ ପେନ୍ ବ୍ୟବହାର କରାଯିବ। ଉପରୋକ୍ତ ନିର୍ବାଚନରେ ଅନ୍ୟ କୌଣସି କଲମ ବ୍ୟବହାର କରାଯିବ ନାହିଁ । ଓଡ଼ିଶା ବ୍ୟତିତ ଅନ୍ୟ ୧୫ ରାଜ୍ୟର ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।