ରାଫେଲ ଯୁଦ୍ଧବିମାନକୁ ସବୁ ବାୟୁସେନାରେ ସାମିଲ କରାଯିବ

ନୂଆଦିଲ୍ଲୀ : ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର.କେ.ଏସ ଭାଦୋରିଆ କହିଛନ୍ତି ଯେ, ରାଫେଲ ଯୁଦ୍ଧବିମାନକୁ ୨୦୨୨ ସୁଦ୍ଧା ସବୁ ବାୟୁସେନାରେ ସାମିଲ କରାଯିବ ବୋଲି । ଗତକାଲି ହାଇଦ୍ରାବାଦର ଡୁଣ୍ଡିଗଲସ୍ଥିତ ଏୟାର ଫୋର୍ସ ଏକାଡେମୀର କମ୍ବାଇଣ୍ଡ୍‌ ଗ୍ରାଜୁଏସନ ପରେଡ ସମାରୋହରେ ଭାଷଣ ଦେଇ ଭାଦୋରିଆ କହିଛନ୍ତି ଯେ ଭାରତ ସରକାର ଫ୍ରାନ୍ସରୁ ମୋଟ ୩୬ଟି ରାଫେଲ କଣିବାକୁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହାଭିତରେ ୧୧ଟି ବିମାନ ମିଳିଯାଇଥିବାବେଳେ ଆସନ୍ତାବର୍ଷ ଅବଶିଷ୍ଟ ବିମାନ ମିଳିଯିବ ବୋଲି ସେ କହିଛନ୍ତି ।