ଯୌନକର୍ମୀଙ୍କୁ ୫ ହଜାର ସହ ମିଳିବ ରାସନ-shaksi news


ମହାରାଷ୍ଟ୍ର: ଦେଶରେ ଏବେ କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଭଳି ସ୍ତିତିରେ କୌଣସି ରାଜ୍ୟ ସରକାର ବା କେନ୍ଦ୍ରସରକାର ଯୌନକର୍ମୀ ମାନଙ୍କ ପାଇଁ କିଛି ବି ସହାୟତା ରାଶି ଘୋଷଣା କରି ନାହାନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ସରକାର ତାଙ୍କ ରାଜ୍ୟରେ ଥିବା ଯୌନକର୍ମୀ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ଘୋଷଣା ମୁତାବକ ତାଙ୍କ ରାଜ୍ୟରେ ଥିବା ୫,୬୦୦ ଯୌନକର୍ମୀ ମାନଙ୍କୁ କରୋନା ମହାମାରୀ ଚାଲିଥିବା ଯାଏ ସହାୟତା ପ୍ରଦାନ କରାଯିବ । ଯୌନକର୍ମୀ ମାନଙ୍କୁ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ରାସନ ଦେବାକୁ ସରକାର ଘୋଷଣା କରିଥିବା ବେଳେ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ସେମାନଙ୍କ ପିଲାମାନେ ଅନଲାଇନରେ ପାଠ ପଢିବା ପାଇଁ ମାସିକ ୨.୫୦୦ ଟଙ୍କା ଦିଆଯିବ । ଦେଶରେ ଏଭଳି ସହାୟତା ଘୋଷଣା କରିଥିବା ପ୍ରଥମ ରାଜ୍ୟ ହେଉଛି ମହାରାଷ୍ଟ୍ର ।

ଏକ ବେସରାକାରୀ ସ୍ୱେଚ୍ଛାସେବୀ ସଂଗଠନ ସୂଚନା ମୁତାବକ, ଯୌନକର୍ମୀ ଭାବେ କାମ କରୁଥିବା ମହିଳାମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ପାଖରେ ନା ଅଛି ଆଧାରକାର୍ଡ ନା ଅଛି ରାସନକାର୍ଡ । ଅନ୍ୟପଟେ ଅଧିକାଂଶ ଯୌନକର୍ମୀଙ୍କ ପାଖରେ ବ୍ୟାଙ୍କ୍ ଖାତା ବି ନାହିଁ । ତେଣୁ ଏମାନଙ୍କୁ ସହାୟତା ରାଶି ଦେବା ଆଗରୁ ସରକାର ସେମାନଙ୍କର ପ୍ରକୃତ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ଦେଶରେ ମହାରାଷ୍ଟ୍ର ସବୁଠାରୁ କରୋନାରେ ବେଶି ପ୍ରଭାବିତ ହୋଇଛି । ତେଣୁ ମହାରାଷ୍ଟ୍ରରେ ଯୌନକର୍ମୀ ଭାବେ କାମ କରୁଥିବା ଲୋକଙ୍କ ହାତରେ କାମ ନାହିଁ । ଫଳରେ ସେମାନେ ଖାଦ୍ୟ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅକ୍ଷମ ହୋଇଛନ୍ତି ।

ଆର୍ଥୀକ ସ୍ତିତିକୁ ନେଇ ଯୌନକର୍ମୀ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ରାଜ୍ୟ ସରକାର ସେମାନଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଓ ସେମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଅ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ୫,୬୦୦ ଯୌନକର୍ମୀ ଓ ସେମାନଙ୍କର ୧୫୯୨ ପିଲାଙ୍କୁ ଚିହ୍ନଟ କରିଛନ୍ତି । ଚିହ୍ନଟ ପରେ ସେମାନଙ୍କୁ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଏକ ସ୍ୱେଚ୍ଛାସେବୀ ସଂଗଠନ କାମ କରୁଥିବା ଜଣାପଡିଛି ।

ଭୁବନେଶ୍ୱର(ଏସ୍ ନ୍ୟୁଜ )

କନକ ବ୍ୟୁରୋ : ଦେଶରେ ଏବେ କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଭଳି ସ୍ତିତିରେ କୌଣସି ରାଜ୍ୟ ସରକାର ବା କେନ୍ଦ୍ରସରକାର ଯୌନକର୍ମୀ ମାନଙ୍କ ପାଇଁ କିଛି ବି ସହାୟତା ରାଶି ଘୋଷଣା କରି ନାହାନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ସରକାର ତାଙ୍କ ରାଜ୍ୟରେ ଥିବା ଯୌନକର୍ମୀ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ଘୋଷଣା ମୁତାବକ ତାଙ୍କ ରାଜ୍ୟରେ ଥିବା ୫,୬୦୦ ଯୌନକର୍ମୀ ମାନଙ୍କୁ କରୋନା ମହାମାରୀ ଚାଲିଥିବା ଯାଏ ସହାୟତା ପ୍ରଦାନ କରାଯିବ । ଯୌନକର୍ମୀ ମାନଙ୍କୁ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ରାସନ ଦେବାକୁ ସରକାର ଘୋଷଣା କରିଥିବା ବେଳେ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ସେମାନଙ୍କ ପିଲାମାନେ ଅନଲାଇନରେ ପାଠ ପଢିବା ପାଇଁ ମାସିକ ୨.୫୦୦ ଟଙ୍କା ଦିଆଯିବ । ଦେଶରେ ଏଭଳି ସହାୟତା ଘୋଷଣା କରିଥିବା ପ୍ରଥମ ରାଜ୍ୟ ହେଉଛି ମହାରାଷ୍ଟ୍ର ।

ଏକ ବେସରାକାରୀ ସ୍ୱେଚ୍ଛାସେବୀ ସଂଗଠନ କହିବା ମୁତାବକ ଯୌନକର୍ମୀ ଭାବେ କାମ କରୁଥିବା ମହିଳାମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ପାଖରେ ନା ଅଛି ଆଧାରକାର୍ଡ ନା ଅଛି ରାସନକାର୍ଡ । ଅନ୍ୟପଟେ ଅଧିକାଂଶ ଯୌନକର୍ମୀଙ୍କ ପାଖରେ ବ୍ୟାଙ୍କ୍ ଖାତା ବି ନାହିଁ । ତେଣୁ ଏମାନଙ୍କୁ ସହାୟତା ରାଶି ଦେବା ଆଗରୁ ସରକାର ସେମାନଙ୍କର ସଠିକ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ଦେଶରେ ମହାରାଷ୍ଟ୍ର ସବୁଠାରୁ କରୋନାରେ ବେଶି ପ୍ରଭାବିତ ହୋଇଛି ।ଏହି କ୍ରମରେ ମହାରାଷ୍ଟ୍ରରେ ଯୌନକର୍ମୀ ଭାବେ କାମ କରୁଥିବା ଲୋକଙ୍କ ହାତରେ କାମ ନାହିଁ । ଫଳରେ ସେମାନେ ଖାଦ୍ୟ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅକ୍ଷମ ହୋଇଛନ୍ତି ।

ଏନେଇ ସେମାନେ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ରାଜ୍ୟ ସରକାର ସେମାନଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଓ ସେମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଅ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ୫,୬୦୦ ଯୌନକର୍ମୀ ଓ ସେମାନଙ୍କର ୧୫୯୨ ପିଲାଙ୍କୁ ଚିହ୍ନଟ କରିଛନ୍ତି । ଚିହ୍ନଟ ପରେ ସେମାନଙ୍କୁ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଏକ ସ୍ୱେଚ୍ଛାସେବୀ ସଂଗଠନ କାମ କରୁଥିବା ଜଣାପଡିଛି ।