‘ନ୍ୟାସନାଲ କ୍ରସ’ ପାଲଟିଛନ୍ତି ରଶ୍ମିକା ମନ୍ଦନା

ଚେନ୍ନାଇ : ‘କର୍ଣ୍ଣାଟକ କ୍ରସ’ ପରେ ଏବେ ‘ନ୍ୟାସନାଲ କ୍ରସ’ ପାଲଟିଛନ୍ତି ରଶ୍ମିକା ମନ୍ଦନା । ସେ ନିଜ ଏକ୍ସେପ୍ରସନ ଏବଂ ଅଭିନୟ ଯାଦୁରେ ଲକ୍ଷ ଲକ୍ଷ ଫ୍ୟାନ୍ସ କରିଛନ୍ତି । ଏଥିପାଇଁ ଗୁଗୁଲ ରଶ୍ମିକାଙ୍କୁ ଭାରତର ‘ନ୍ୟାସନାଲ କ୍ରସ’ ୨୦୨୦ର ମାନ୍ୟତା ଦେଇଛି । ଇନଷ୍ଟାଗ୍ରାମରେ ଆଜିକାଲି ତାଙ୍କର ଷ୍ଟାଇଲିସ ଫଟୋ ସବୁ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ମାନ୍ୟତା ମିଳିବା ପରେ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଖୁସି ଜାହିର କରିଛନ୍ତି।

୧୯ ବର୍ଷ ବୟସରେ ଫିଲ୍ମ ‘କିରିକ୍ ପାର୍ଟି’ରୁ ରଶ୍ମିକାଙ୍କୁ ମିଳିଥିଲା ପ୍ରଥମ ଅଫର । ଆଉ ପ୍ରଥମ ଫିଲ୍ମରୁ ସେ ସାଉଥ ଇଣ୍ଡଷ୍ଟ୍ରିରେ ସୁପର ହିଟ୍ ହୋଇଯାଇଥିଲେ । ‘କିରିକ୍ ପାର୍ଟି’ ଫିଲ୍ମଟି ମଧ୍ୟ ବ୍ଲକବଷ୍ଟର ହିଟ୍ ହୋଇଥିଲା । ରଶ୍ମିକା ମୁଖ୍ୟତଃ ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଥାନ୍ତି । ବକ୍ସ ଅଫିସ୍‌ ହିଟ୍‌ ହୋଇଥିବା ଅଞ୍ଜନୀ ପୁତ୍ର ଓ ଚମକ ଫିଲ୍ମରେ ତାଙ୍କ ଅଭିନୟ ଉଚ୍ଚପ୍ରଶଂସିତ ହୋଇଥିଲା । ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ କର୍ନାଟକ କ୍ରସ୍‌ ବୋଲି କହନ୍ତି । ଗୋଟିକ ପରେ ଗୋଟିଏ ହିଟ୍ ଫିଲ୍ମ ଦେବ ପରେ ଏବେ ରଶ୍ମିକା ଦକ୍ଷିଣ ଭାରତୀୟ ସିନେମା ଜଗତର ସର୍ବଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।