ଦିଲ୍ଲୀରେ ୧୩ କୋଟି ଟଙ୍କାର ହେରୋଇନ ଜବତ

ଦିଲ୍ଲୀ: ଦିଲ୍ଲୀ ପୁଲିସ ୧୩ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିବା ସହିତ ଏହି ଘଟଣାର ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି । ଦ୍ୱାରକାରୁ ଏହି ହେରୋଇନ ଜବତ କରାଯାଇଛି । ଏଥିସହିତ ପୁଲିସ ଏକ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର କରୁଥିବା ଦଳକୁ ଠାବ କରିପାରିଛି । ଗିରଫ ତିନିଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଷ୍ଟାନଲି ଆଲାସୋନିୟେ ଏହି ବେଆଇନ ନିଶା କାରବାର ଗୋଷ୍ଠୀର ମୁଖ୍ୟ ବୋଲି ପୁଲିସ କହିଛି । ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଉଚେଚୁକୁ ପିଟର ଇଗବୋନାଜୁ ଏବଂ ହେନରି ଓକୋଲି । ସେମାନଙ୍କ ନିକଟରୁ ୧ କିଲୋଗ୍ରାମ ୩୦୦ ଗ୍ରାମ ହେରୋଇନ ଜବତ କରାଯାଇଛି ।