କ୍ୟାନ୍ସର ଯୁଦ୍ଧରେ ଜିତିଲେ ସଞ୍ଜୁ ବାବା

ମୁମ୍ବାଇ: ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ୨ ମାସ ଧରି ସଂଘର୍ଷ କରୁଥିବା କ୍ୟାନ୍ସରରୁ ମୁକ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟର ଯୋଗେ ନିଜ ପ୍ରଂଶସକଙ୍କୁ ଜଣାଇଛନ୍ତି। ନିଜ ଯାଆଁଳା ଛୁଆ ଏକାରା ଏବଂ ସହରନଙ୍କ ୧୦ମ ଜନ୍ମଦିନରେ ତାଙ୍କୁ ଏହି ବିଶେଷ ଉପହାର ମିଳିଥିବାରୁ କରିଥିବାରୁ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ଫୁସଫୁସ୍ କ୍ୟାନ୍ସର ହୋଇଥିବା ନେଇ ସୂଚନା ମିଳିଥିଲା ।

କ୍ୟାନ୍ସର ଭଳି ରୋଗକୁ ହରାଇବା ପରେ ସୋସିଆଲ୍ ମିଡ଼ିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତି ସଞ୍ଜୟ ଦତ୍ତ। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ‘ଗତ କିଛି ସପ୍ତାହ ମୋର ଏବଂ ମୋ ପରିବାର ପାଇଁ ବେଶ କଷ୍ଟସାଧ୍ୟ ଥିଲା। ହେଲେ କୁହାନ୍ତିନା ଭଗବାନ ସବୁଠୁ ତାଙ୍କ ଶକ୍ତିଶାଳୀ ଯୋଦ୍ଧାକୁ କଠିନ ଯୁଦ୍ଧ ଦେଇଥାନ୍ତି । ସେଥିପାଇଁ ଆଉ ଆଜି, ମୋ ଛୁଆଙ୍କ ଜନ୍ମଦିନରେ ସେହି ଯୁଦ୍ଧକୁ ଜିତିକି ଆସିଛି ,ଆଉ ମୁଁ ଖୁସିର ସହ କ୍ୟାନ୍ସର ସହ ଯୁଦ୍ଧରେ ବିଜୟୀ ହୋଇଛି। ଏବେ ମୁଁ ସେମାନଙ୍କୁ ସବୁଠୁ ବଡ଼ ଉପହାର ଅର୍ଥାତ ସ୍ୱାସ୍ଥ୍ୟ ଏବଂ ପରିବାରର ମଙ୍ଗଳ ପାଇଁ ଯାହା କରଣୀୟ ତାହା ଦେବାକୁ ସମର୍ଥ’।

ସେ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ‘ଆପଣ ସମସ୍ତଙ୍କ ଭଲପାଇବା ,ପୂର୍ଣ୍ଣ ବିଶ୍ୱାସ ଏବଂ ସହଯୋଗ ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ମୁଁ ହୃଦୟରୁ ମୋ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ନିକଟରେ କୃତଜ୍ଞ, ଯେଉଁମାନେ କି ମୋ ସହ କଠିନ ସମୟରେ ମୋର ଶକ୍ତି ହୋଇ ଛିଡ଼ା ହୋଇଥିଲେ। ମୋ ପାଇଁ ପଠାଇଥିବା ଅଜସ୍ର ଭଲପାଇବା, କରୁଣା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ’।

ଏହି ଅବସରରେ ସଞ୍ଜୟ ମୁମ୍ବାଇ କୋକିଲାବେନ୍ ହସ୍ପିଟାଲର ଡ. ସେୱନ୍ତି ଏବଂ ଅନ୍ୟ ଡାକ୍ତର ଓ ନର୍ସଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ସମସ୍ତେ ତାଙ୍କର ଭଲ ଯତ୍ନ ନେଇଥିବା ସେ ଲେଖିଛନ୍ତି। ଆଗକୁ ସଞ୍ଜୟ ଦତ୍ତଙ୍କ ଅଭିନିତ ଚର୍ଚ୍ଚିତ ଫିଲ୍ମ କେଜିଏଫ-2 ଆସିବାକୁ ଯାଉଛି। ସେ କ୍ୟାନ୍ସର ଦ୍ୱାରା ଆକ୍ରାନ୍ତ ହେବାରୁ କିଛି ସୁଟିଂ ବାକି ଅଛି।