ବାଇଡେନଙ୍କ ଶପଥଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା

ଆମେରିକା(ଏସ୍ ନ୍ୟୁଜ): ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥଗ୍ରହଣ ସମାରୋହକୁ ନଜରରେ ରଖି ସିକ୍ରେଟ୍ ସର୍ଭିସ୍ ଓ ୟୁଏସ ନ୍ୟାଶନାଲ ଗାର୍ଡସଙ୍କୁ ମଧ୍ୟ ମୁତୟନ କରାଯାଇଛି । କୌଣସି ପ୍ରକାର ହିଂସାକୁ ପ୍ରତିହତ କରିବାକୁ ମଲ୍ଟି ଏଜେନ୍ସି କମାଣ୍ଡରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ୨୪ ଘଣ୍ଟା ଓ୍ୱାଶିଂଟନ ଉପରେ କଡା ନଜର ରଖାଯାଇଛି ।

ଗତ ସପ୍ତାହରେ ୟୁଏସ କ୍ୟାପିଟଲ ବିଲ୍ଡିଂରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇଥିଲେ । ସେହିପରି ବାଇଡେନଙ୍କ ଶପଥଗ୍ରହଣ ସମାରୋହରେ ମଧ୍ୟ ହିଂସା ଆଶଙ୍କା ରହିଛି । ଏହାକୁ ନେଇ ଟ୍ରମ୍ପ ନିଜେ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପାଇଁ ଆମେରିକାବାସୀ କ୍ଷୁବ୍ଘ ରହିଛନ୍ତି ।

ଓ୍ୱାଶିଂଟନରେ ସୁରକ୍ଷା ପାଇଁ ୧୫୦୦୦ରୁ ଅଧିକ ୟୁଏସ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ଏହାମଧ୍ୟରୁ ୧୦୦୦୦ଜଣଙ୍କୁ ପଡିଆରେ ନିୟୋଜିତ କରାଯାଇଛି ।ସୁରକ୍ଷା ଦୃଷିକୋଣରୁ ଅଧିକ ଯବାନ ମୁତୟନ ହେବା ସହ ଓ୍ୱାଶିଂଟନ ଉପରେ କଡା ନଜର ରଖାଯାଇଛି ।