ପୁଣି ଏକାଠି ହେଲେ ସୋନୁ-ଫରାହ ଖାନ

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ‘ହାପି ନ୍ୟୁ ଇୟର’ରେ ଏକାଠି କାମ କରିଥିବା ଫରାହ ଖାନ ଏବଂ ସୋନୁ ସୁଦ ପୁଣି ଏକ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି । ଏହା ଏକ ମ୍ୟୁଜିକ ଭିଡିଓ ସହିତ ଜଡିତ ପ୍ରୋଜେକ୍ଟ । ଏହି ଭିଡିଓ ୧୯୯୭ ମସିହାରେ ରିଲିଜ୍‌ ହୋଇଥିବା କ୍ଲାସିକ୍‌ ଗୀତ ତୁମ ତୋ ଠେହରେ ପରଦେଶୀର ଏକ ନୂଆ ଭର୍ଜନ ହେବ । ଅଲତାଫ ରାଜାଙ୍କ ଏହି ଗୀତ ୯୦ ଦଶକର ସବୁଠାରୁ ବଡ ହିଟ୍‌ ଥିଲା । ବର୍ତ୍ତମାନ ଟୋନି କକ୍କର ଏବଂ ଅଲତାଫ ରାଜା ଏକାଠି ହୋଇ ନୂଆ ଗୀତର ରିକ୍ରିଏଟ୍‌ କରିବେ ।