ନୂଆ ବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର

ଭୁବନେଶ୍ୱର(ଏସ୍ ନ୍ୟୁଜ ): କରୋନା ପାଇଁ ଶ୍ରୀମନ୍ଦିର ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ସରିଛି ଛତିଶାନିଯୋଗ ବୈଠକ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହ ଅର୍ଥାତ ନୂଆ ବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨ୟ କିମ୍ବା ୩ୟ ସପପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା ରହିଛି । ଏନେଇ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ । କରୋନା ପାଇଁ ସାଧାରଣ ଭକ୍ତମାନଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।’