ମୁହଁ ଖୋଲିଲେ ତାରା ବାହିନୀପତି

ଇସ୍ତଫା ନେଇ ଶେଷରେ ମୁହଁ ଖୋଲିଲେ ତାରା ବାହିନୀପତି । ନିଜ ଇସ୍ତଫା….

ଭୁବନେଶ୍ୱର : ଇସ୍ତଫା ନେଇ ଶେଷରେ ମୁହଁ ଖୋଲିଲେ ତାରା ବାହିନୀପତି । ନିଜ ଇସ୍ତଫା କାହାଣୀରେ ସ୍ପଷ୍ଟ କଲେ ଆଭିମୁଖ୍ୟ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି ସ୍ପଷ୍ଟ କରିଛନ୍ତି ତାରା। ନିକଟରେ କଂଗ୍ରେସ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା  । ସେ ତାଙ୍କର ଇସ୍ତଫା ପତ୍ର ବିଧାୟକ ଦଳ ନେତାଙ୍କୁ ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନା  ତାରା ନା ପିସିସି ସଭାପତି କେହି ଏନେଇ ମୁହଁ ଖୋଲିନଥିଲେ  ।ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଇସ୍ତଫା ଚର୍ଚ୍ଚା ହେଉଥିଲା ଏହା ପରେ ପରେ ତାରା ବି ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ଉଭୟଙ୍କର ଇସ୍ତଫା ନେଇ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନଥିଲା ।

ତେବେ ଆଜି ଜୟପୁର ବିଧାୟକ ତାରା ବାହିନୀପତି ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି  । କଂଗ୍ରେସର ଏବେ ପୁନର୍ଗଠନ ପ୍ରକ୍ରିୟା ଚାଲିଲାଣି ତେଣୁ ତାରାଙ୍କ ଭଳି ଜଣେ ବରିଷ୍ଠ ବିଧାୟକଙ୍କୁ କଂଗ୍ରେସ କେଉଁ ପଦରେ ବସାଉଛି ତାହା ଜଣା ପଡ଼ିଯିବ ।