ଶୀତ ଯୋଗୁ ବଢିପାରେ କରୋନା ମୃତ୍ୟୁ ସଂଖ୍ୟା !

ଭୁବନେଶ୍ୱର (ଏସ ନ୍ୟୁଜ ): ମହାମାରୀ କରୋନା ଯୋଗୁଁ ଲୋକମାନେ ଅନେକ ହଇରାଣ ହରକତ ହେଉଛନ୍ତି । ଆଉ ଏହି ସମୟରେ ପାଣିପାଗ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ‘ମହାସାଗରରେ ସୃଷ୍ଟି ହେଉଥିବା କିଛି ବିଶେଷ ସ୍ଥିତି ଯୋଗୁଁ ଭାରତର କିଛି ଭାଗରେ ଭୟଙ୍କର ବାତ୍ୟା ହୋଇପାରେ । ଏହି ବାତ୍ୟା କାରଣରୁ ଚଳିତବର୍ଷ ଭୟଙ୍କର ଶୀତ ଅନୁଭୂତ ହେବ ।’ ଯେଉଁଥି ପାଇଁ ଅନେକ ଲୋକ ଅସୁସ୍ଥ ହେବା ସହ ମୃତ୍ୟୁ ସଂଖ୍ୟା ବଢିବ।

ତେବେ ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ‘ ଅଗଷ୍ଟର ପ୍ରଶାନ୍ତ ମହାସାଗର ଉପରେ ‘ଲା ନିନା’ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଦୁର୍ବଳ ଥିଲେ ବି ଏବେ ଅଧିକ ତୀବ୍ର ହୋଇସାରିଛି । ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ । ବାତ୍ୟା କାରଣରୁ ଦେଶର ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ଗୁଜୁରାଟରେ ପ୍ରଚଣ୍ଡ ଶୀତ ଅନୁଭୂତ ହେବ । ଏହା ଛଡା ଦେଶର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଭୟଙ୍ଗର ଶୀତ କାରଣରୁ ଅନେକ ଲୋକ ଅସୁସ୍ଥ ହେବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ବିଭାଗ କହିଛି ।’