କରାଚୀରେ ଭୟଙ୍କର ବିସ୍ଫୋରଣ: ୪ ମୃତ

ପାକିସ୍ତାନରେ ପୁଣିଥରେ ବିସ୍ଫୋରଣ….

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣିଥରେ ବିସ୍ଫୋରଣ ଘଟିଛି । କରାଚୀ ୟୁନିଭର୍ସିଟି ପରିସରରେ ଏକ କାର ବିସ୍ଫୋରଣରେ ୩ଜଣ ଚୀନୀ ନାଗରିକଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୨ଜଣ ଗୁରୁତର ହୋଇଛନ୍ତି । ଏହା ଏକ ସୁନିୟୋଜିତ ଆକ୍ରମଣ ଥିବା ନେଇ ସୂଚନା ମିଳିଛି । ଖାସ କରି ଚୀନ ଶିକ୍ଷକଙ୍କୁ ଟାର୍ଗେଟ କରାଯାଇଥିଲା । ବିଶେଷ ସୂତ୍ରରୁ ଜଣାପଡିଛି ଘଟଣାଟି କରାଚି ୟୁନିଭର୍ସିଟିର କନଫ୍ୟୁଶିୟନ ଇନଷ୍ଟିଚ୍ୟୁଟ ପାଖରେ ହୋଇଛି । ବିସ୍ଫୋରଣ ପରେ ଉଦ୍ଧାର ଓ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଂଚିଛନ୍ତି । ଏବେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏଥିସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।