ଭାରତରେ ପ୍ରତିଷ୍ଠା ହୋଇପାରେ ଟେସଲାର ଉତ୍ପାଦନ ପ୍ଲାଣ୍ଟ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଟେସଲା ଭାରତରେ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ନିର୍ମାଣ କରିପାରେ । ଏନେଇ ସଂକେତ ଦେଇଛନ୍ତି ଟେସଲା ସିଇଓ ଏଲନ ମସ୍କ । ଏହା ପୂର୍ବରୁ କେନ୍ଦ୍ରସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭାରତରେ ଟେସ୍‌ଲା ପ୍ଲାଣ୍ଟ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଭାରତକୁ ଆସିବାର ଫାଇଦା ସମ୍ପର୍କରେ କହିଥିଲେ କେନ୍ଦ୍ରମନ୍ତ୍ରୀ । ଇଲେକଟ୍ରିକ୍‌ କାର ନିର୍ମାତା ଟେସଲାର ସିଇଓ ଏଲନ ମସ୍କଙ୍କୁ ଟ୍ୱିଟର ଜରିଆରେ ପଚରାଯାଇଥିଲା, ସ୍ଥାନୀୟ ସ୍ତରରେ କମ୍ପାନୀର କିଛି ଯୋଜନା ଅଛି କି ଏହାର ଜାବାବରେ ସେ କହିଛନ୍ତି, ଯଦି ଭାରତରେ ଆମଦାନୀ ଗାଡ଼ି ଦ୍ୱାରା ସଫଳତା ମିଳେ ତେବେ ପରେ ଉତ୍ପାଦନ ପ୍ଲାଣ୍ଟ ଲଗାଇବା ଉପରେ ବିଚାର କରାଯାଇପାରେ । ଏବେ ଭାରତରେ ଆମଦାନୀ ଶୁଳ୍କ ବିଶ୍ୱରେ ସବୁଠୁ ଅଧିକ ବୋଲି ମସ୍କ କହିଛନ୍ତି । ଏହା ସହ ଇଲେକ୍ଟିକ୍‌ ଗାଡ଼ି ଉପରେ ଶୁଳ୍କ ହ୍ରାସ ହୋଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।