ବୃଦ୍ଧି ପାଇଥିବା ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ,ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର ମାଡ଼ରେ ସବୁବର୍ଗର ଜନସାଧାରଣଙ୍କ ଆର୍ଥିକ ଦୁର୍ଗତିଭିତରକୁ ଠେଲିହୋଇ ଯାଇଛନ୍ତି ।
ପ୍ରତ୍ୟେକ ପରିବାର ଆୟ କମିଛି । କ୍ଷ୍ୟୁଦ୍ର ମଧ୍ୟମ ଅଣୁଶିଳ୍ପ ସଂସ୍ଥାର ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯାଇଛି । ସେମାନେ ଅଂଟାସଳଖ କରି ଛିଡ଼ା ହୋଇ ପାରି ନାହାନ୍ତି । ସେ ସମୟରେ ରାଜ୍ୟରେ ସବୁବର୍ଗର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟସରକାରଙ୍କ ସହାୟତାରେ ଓ.ଇ.ଆର.ସି ପାହାର ପରେ ପାହାର ବସାଇ ଚାଲିଛି । ବର୍ଷକ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିପାଇଛି । ଗୋଟିଏ ଥର ୟୁନିଟ୍ ପିଛା ୨୦ ପଇସା ବଢ଼ିଥିଲା ଏବେ ପୁଣି ୩୦ ପଇସା ବଢ଼ିଲା ଯାହାକି ଖାଉଟିଙ୍କ ଉପରେ ବୋଝ ଉପରେ ଲଲିତାବିଡ଼ା ସଦୃଶ ହୋଇଛି ।

ସରକାର ହୁଅନ୍ତୁ ଅବା ଓ.ଇ.ଆର.ସି ହୁଅନ୍ତୁ ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଅବା କୌଣସି ସ୍ୱାର୍ଥର ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇଛନ୍ତି ଓ ଲୋକ ବିରୋଧି ନିଷ୍ପତି ନେଇଛନ୍ତି । ଲାଗୁଛି ସତେଯେପରି ରାଜ୍ୟ ସରକାର ବିତରକ କମ୍ପାନୀମାନଙ୍କୁ ଲାଭଦେଇ ଦଳୀୟ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତଥାକଥିତ ଛଙ୍କବଗ୍ଦଷସ ଔଙ୍କୟସମସବକ୍ସଚ୍ଚ ସଂସ୍ଥା କୁହାଯାଉଥିବା ଓ.ଇ.ଆର.ସି କୁ ହାତବାରିସୀ କରିଛନ୍ତି । ନିଜର ଅପାରଗତ ଲୁଚାଇବାକୁ ଏହି ଓ.ଇ.ଆର.ସି ଓ ସରକାର ମିଳିତଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । କୃଷିପାଇଁ ଦରବୃଦ୍ଦି ନ ଘଟିବା ଓ ବି.ପି.ଏଲ ପରିବାର ଉପରେ ଶୁଳ୍କ ବୃଦ୍ଧି ନ ହେବା ସରକାରଙ୍କର ଅନ୍ୟଏକ ପ୍ରତାରଣା । ଆମ ରାଜ୍ୟରେ ଚାଷ ଉଦ୍ଦେଶ୍ୟରେ ବିଦ୍ୟୁତ ବ୍ୟବହାର ଖୁବ କମ୍ ୧.୪୪ % ୫୦ ୟୁନିଟ୍‌୍ ମାସକୁ କମି ବିଦ୍ୟୁତ ବ୍ୟବହାରକାରୀଙ୍କ ସଂଖ୍ୟା ଜମା ନାହିଁ ।
ସରକାର ବିପିଏଲ ପରିବାରକୁ ଗୋଟିଏ ଲେଖାଏଁ ବ୍ଲବ ଦେଇଥିଲେ ଏବଂ ସେମାନଙ୍କ ଠାରୁ କୌଣସୀ ବିଦ୍ୟୁତ ଦେୟ ଆଦାୟ କରାଯିବନି ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତକାଲି ଖୋଦ ଶକ୍ତିମନ୍ତ୍ରୀଙ୍କ ନିଜ ଜିଲ୍ଲା ଭବାନୀ ପାଟଣା ଅର୍ନ୍ତର୍ଗତ କୁଟୁରୁ ଖମାର ଓ କାପସରା ଗରୀବ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗର ଯୋର ଯବରଦସ୍ତି ଓ ମନୋମୁଖି କାର୍ଯ୍ୟକଳାପ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଷୋଦଗାର କରୁଥିଲେ । ଏହି ଘଟଣା ଖାଲି କଳାହାଣ୍ଡିରେ ନୁହେଁ ସାରା ଓଡ଼ିଶାର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାର ସ୍ଥିତି ମଧ୍ୟ ସମାନ । ଯେଉଁମାନଙ୍କୁ ଦୁଇଟି ବ୍ଲବ ଦିଆଯାଇଥିଲା ଏବେ ସେମାନଙ୍କୁ ୧୨ ହଜାରୁ ୧୫ ହଜାର ବିଲ ଧରାଇ ଦେଉଛନ୍ତି । ଯଦିଚ ସେମାନେ ଇଲେକ୍ଟ୍ରି ବିଲ ବାବଦରେ ମାସକୁ ୨୦୦-୩୦୦ ଟଙ୍କା ଦେଉଛନ୍ତି ତାହାଲେ ତାଙ୍କର ବିଲ ଏଭଳି ବଢ଼ିଲା କାହିଁକି । ତାଙ୍କର ଲାଇନ ଯୋରଯବରଦସ୍ତ କାଟି ଦିଆଯାଉଛି । ନବୀନ ବାବୁ କଥା କଥାକେ କହନ୍ତି ସାରା ଓଡ଼ିଶା ତାଙ୍କ ପରିବାର ସିଏ କଣ ଏଭଳି ମୁଖ୍ୟ ଯେଉଁଠି ବାହାର ଲୋକମାନେ ଧମକ ଚମକ ଦେବେ ତାଙ୍କ ବିଦ୍ୟୁତ ସଂଯୋଗ ଅନ୍ୟାୟ ଭାବରେ କାଟିଦେଉଛନ୍ତି ।

ଭାରତର ଇକୋନୋମିକ ସର୍ଭେ ୨୦୨୦-୨୧ ଅନୁସାରେ ସର୍ବଭାରତୀୟ ସ୍ତରରେ ଞକ୍ସବଦ୍ଭଗ୍ଦଜ୍ଞସଗ୍ଦଗ୍ଦସକ୍ଟଦ୍ଭ ବଦ୍ଭୟ ଊସଗ୍ଦଗ୍ଧକ୍ସସଭଙ୍କଗ୍ଧସକ୍ଟଦ୍ଭ ଖକ୍ଟଗ୍ଦଗ୍ଦ” ୮ % ଅଛି । ଭାରତରେ ଯେତେବେଳେ ଏହି କ୍ଷତି ୨୫% ଥିଲା ଓଡ଼ିଶାରେ ସେହି ସମୟରେ ୪୨.୫% କ୍ଷତି ହେଉଥିବା ଜଣାଯାଏ । ଏବେ ଓଡ଼ିଶାରେ କ୍ଷତି ୨୫.୫୦% ଥିବା ଓ.ଇ.ଆର.ସି. ତଥ୍ୟ ଅନୁସାରେ ରଖଯାଇଛି । ବାସ୍ତବରେ କ୍ଷତି ପରିମାଣ ଲୁଚାଯାଇଛି । ଏହା ୩୧% ରୁ ୩୭% ମଧ୍ୟରେ ରହିଛି । ନିଜର ଅପାରଗତା ଘୋଡ଼ାଇବା ପାଇଁ ଉପଭୋକ୍ତାଙ୍କ ଉପରେ ଅଯଥା ମୂଲ୍ୟବୃଦ୍ଦି ଲଦି ଦିଆଯାଉଛି ।

ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ଆର୍ଥିକ ବିକାଶ ଚାହାନ୍ତି “ ବିଦ୍ୟୁତ୍ ପରି ପଣ୍ୟ”କୁ ଶସ୍ତାରଖିବା ଦରକାର । ଓ.ଇ.ଆର.ସି ର ଏହି ନିଷ୍ପତି ବିରୁଦ୍ଧରେ ନିଜେ ଖାଉଟି ହିସାବରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟରେ ଅଭିଯୋଗ ଦାଖଲ କରିବା ସହିତ ରହିତାଦେଶ ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରୁଛି । ଏଥିସହିତ ରାଜ୍ୟ ସରକାର ବିଦ୍ୟୁତ ବ୍ୟବହାରକାରୀ ସମସ୍ତଙ୍କୁ ଅଣୁ-କ୍ଷୁଦ୍ର, ମଧ୍ୟମ ଶିଳ୍ପପାଇଁ ବିଦ୍ୟୁତ ଶୁଳ୍କ ୭୫% ରିହାତି ଘୋଷଣା କରିବାକୁ ଦାବୀ କରୁଛି । ଚାଷୀ ସହିତ ସଂପର୍କରେ ଥିବା ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯାଉ ଏବଂ ଏ ବାବଦ ରିହାତି ସରକାର ପୈଠ କରନ୍ତୁ । ସବୁବର୍ଗର ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନ୍ତତଃ ରିହାତି ଘୋଷଣା କରନ୍ତୁ । ୨୦୦ ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ସରକାର ଅନ୍ତତଃ ବର୍ଦ୍ଧିତ ଦର ବାବଦ ଦେୟ ବହନ କରନ୍ତୁ ।

ଆସନ୍ତା ସାତଦିନ ଭିତରେ ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଲୋକଙ୍କ ଉପରେ ବଢ଼ାଇଥିବା ଆର୍ତିକ ଚାପ ଲାଘବ ନ କଲେ ଦଳ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନି ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଦଳ ତରଫରୁ ସବୁ ଜିଲ୍ଲା ହେଡ୍ କ୍ୱାଟର୍ସରେ ଥିବା ବିଦ୍ୟୁତ ଅଫିସ (ଝ.ଋ./ ଋ.ଋ.) ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଂଟିଆ ଧାରଣା । ସେହିପରି ଦ୍ୱିତୀୟ ଦିନ ପ୍ରତି ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମନାରେ ଦଳ ତରଫରୁ ୪ ଘଂଟିଆ ଧାରଣ ଓ ବିକ୍ଷୋଭ କରାଯିବ ଏବଂ ସେହିପରି ତୃତୀୟ ଦିନ ଭୁବନେଶ୍ୱର ଓ.ଇ. ଆର.ସି. ଆଗରେ ଭୁବନେଶ୍ୱର କଂଗ୍ରେସ କମିଟିର ଧାରଣା ଓ ବିକ୍ଷୋଭ । ଚତୁର୍ଥ ଦିନ ନଗର ଓ ସହର ମାନଙ୍କରେ ମହମବତୀ ଶୋଭାଯାତ୍ରା ଓ ପଂଚମଦିନ ସନ୍ଧ୍ୟା ୭ ଟାରୁ ୭.୩୦ମି ପର୍ଯ୍ୟନ୍ତ ସବୁବର୍ଗର ଉପଭୋକ୍ତମାନେ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେବା ସହ ସବୁବର୍ଗର ଉପଭୋକ୍ତାଙ୍କର ପ୍ରତିବାଦ ସହ ଳୋକଙ୍କ ସହ ପ୍ରତାରଣା କରୁଥିବା ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ କ୍ଷେତ୍ରରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆମପାଇଁ ବଡ଼ ଆଶୀର୍ବାଦ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି

ପାଖାପାଖି ୧୮୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏହାର ହାରାହାରି ୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ୧ ଟଙ୍କାରୁ କମ୍ । ଏବେ ସୌରରଶ୍ମିରୁ ମଧ୍ୟ ୭୦୦ ମେଗାୱାଟ ଉତ୍ପାଦନ ହେଉଛି । ହାରାହାରି ୟୁନିଟ୍ ପିଛା ୩ ଟଙ୍କାରୁ କମ୍‌ରେ ହେଉଛି । ଏହା ମୋଟ ରାଜ୍ୟର ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ୨୫୦୦ ମେଗାୱାଟ ମଧ୍ୟରୁ ଜଳ ବିଦ୍ୟୁତ ୧୫୦୦ ମେଗାୱାଟ ଥାଏ । ତାର ହିସାବ ଦେଖିଲେ ଜଣାଯାଏ-
ହିରାକୁଦରୁ ୟୁନିଟ ପିଛା – ୧୩୧.୮୬ ପଇସା
ଚିପିଲିମା ୟୁନିଟ ପିଛା – ୭୬.୦୩ ପଇସା
ରେଙ୍ଗାଲି ୟୁନିଟ ପିଛା – ୧୨୮.୦୮ ପଇସା
ଅପରକୋଲାବ ୟୁନିଟ ପିଛା – ୭୮.୬୫ ପଇସା
ବାଲିମେଳା ୟୁନିଟ ପିଛା – ୬୨.୮୬ ପଇସା
(ଙଚଐଉ) ୟୁନିଟ ପିଛା – ୮୯.୮୬ ପଇସା
ଇନ୍ଦ୍ରାବତୀ ୟୁନିଟ ପିଛା – ୯୦.୧୨ ପଇସା
ମାଛକୁଣ୍ଡ ୟୁନିଟ ପିଛା – ୬୨.୫୮ ପଇସା
ମୋଟାମୋଟି ୧୫୦୦ ମେଗାୱାଟ ହାରାହାରି ୟୁନିଟ୍ ପିଛା ୯୦ ପଇସାରେ କିଣାଯାଏ ।
ୟୁନିଟ୍ ପିଛା ୨.୩୦ ପଇସାରେ ସ୍ୱତନ୍ତ୍ର ପାୱାର ପ୍ଲାଂଟ (ଓ.ଚ.ଚ.) ରୁ ୧୦୫୦ ମେଗାୱାଟ କିଣାଯାଏ ।
ୟୁନିଟ୍ ପିଛା ୩.୫୮ ହିସାବରେ କେନ୍ଦ୍ରୀୟ ଗୀଡ୍‌ରୁ ୧୮୨୦ ମେଗାୱାଟ କିଣାଯାଏ ।
ୟୁନିଟ୍ ପିଛା ୪ ଟଙ୍କା ହାରରେ ସୂର୍ଯ୍ୟ ରଶ୍ମୀରୁ ୨୧୦ ମେଗାୱାଟ କିଣାଯାଏ
୫୫୮୦ ମେଗାୱାଟ
ସରକାରଙ୍କ ତଥ୍ୟ ଅନୁସାରେ ୟୁନିଟ୍ ପିଛା ୩୩୩.୮୪ ପଇସା ଅଛି ।
କ୍ରୟ ପରିମାଣ ହାରାହାରି ୫୭୪୮.୨୫ ମିଲିୟନ ୟୁନିଟ୍ ।
୨୦୨୦ ମସିହାରେ ରାଜ୍ୟରେ ଆବଶ୍ୟକତା ଥିଲା ୩୨୦୦ ମେଗାୱାଟ
ଗ୍ରୀଡ଼କୋ ୪୩୦୦ ମେଗାୱାଟ ସଂଗଠିତ କଲା । ଫଳରେ ବଳାକ ନିଶ୍ଚୟ ବିକ୍ରୀ ହୋଇଛି
ସରକାର ଉପରେ ବାକି ଅଛି – ୨୨୦୦ କୋଟି ଟଙ୍କା
ସେସୁ ସମେତ ସମସ୍ତ ଫାଂଚାଇଜ୍ ଉପରେ ଦେୟ ୩ ହଜାର କୋଟି ଟଙ୍କା
ବିଭିନ୍ନ କମ୍ପାନୀମାନଙ୍କ ଉପରେ ବାକି ଅଛି ୪ ହଜାର କୋଟି ଟଙ୍କା
ଏସବୁ ଆଦାୟ ହେଲେ ଗ୍ରୀଡ୍‌କୋର କ୍ଷତି ନ ହୋଇ ଲାଭ ହୁଅନ୍ତା ।
ସରକାରୀ ସଂସ୍ଥା ଉପରେ ୨୨୦୦ କୋଟି ଟଙ୍କା କ୍ଷତି ହୋଇଛି । ସେସୁ ସମେତ ବିତରକ କମ୍ପାନୀ ଓ ଫ୍ରାଂଚାଇଜ ମାନଙ୍କ ଉପରେ ୩ ହଜାର କୋଟି ଟଙ୍କ ଅଛି । ବିଭିନ୍ନ କମ୍ପାନୀ ଉପରେ ପାଖାପାଖି ୧୮୦୦ କୋଟି ଟଙ୍କା ଦେୟ ବାକି ରହିଛି । ଏ ସମସ୍ତ ଆଦାୟ ନ ହୋଇ ଗରୀବ, ମଧ୍ୟବିତ ପରିବାର ଉପରେ ମାଡ଼ ପଡ଼ୁଛି କାହିଁକି । ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପଦ୍ମାକର ଗୁରୁ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।