ଛୋଟପିଲାଙ୍କ ପାଇଁ କରୋନା ଟିକା ଅକ୍ଟୋବରରେ ଆସିବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସାରା ଦେଶରେ ଟିକାକରଣ ଜାରି ରହିଥିବା ବେଳେ ଏକ ନୂଆ ଅପଡେଟ୍ ସାମନାକୁ ଆସିଛି । ଖୁବଶୀଘ୍ର ଛୋଟପିଲାଙ୍କ ପାଇଁ କରୋନା ଟିକା ଆସିବ । ଏହି ଟିକା ନବଜାତ ଶିଶୁଙ୍କୁ ମଧ୍ୟ ଦିଆଯାଇପାରିବ । କୋଭିସିଲ୍ଡ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି ।

ଏକ୍ସିମ ଗ୍ରୁପ୍ର ଅଧ୍ୟକ୍ଷ ପିସି ନାମ୍ବିଆର ପ୍ରକାଶ କରିଛନ୍ତି ଯେ, ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ସେରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତ କରିବ । ବର୍ତ୍ତମାନ କମ୍ପାନୀ ପ୍ରତି ମାସରେ ୧୦ କୋଟି ଡୋଜ୍ ପ୍ରସ୍ତୁତ କରୁଛି । ଆସନ୍ତା ଏପ୍ରିଲ ମାସରୁ କମ୍ପାନୀ ମାସକୁ ୨୦ କୋଟି ଡୋଜ୍ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ସରକାରଙ୍କ ଅନୁମତି ମିଳିବା ପରେ ବଜାରରେ ଏହି ଟିକା ଉପଲବ୍ଧ ହେବ ବୋଲି କହିଥିଲେ ।