ସଂକଟରେ ଗେହଲଟ୍ ସରକାର-shaksi news

ରାଜସ୍ଥାନ: ସଂକଟରେ ଗେହଲଟ୍ ସରକାର। ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ଗେହଲଟ୍ ସରକାର ପାଇଁ ସଂକଟ ଦେଖା ଦେଇଛି । ଭାରତୀୟ ଟ୍ରାଇବାଲ ପାର୍ଟି ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । କିଛିଦିନ ପୂର୍ବରୁ ରାଜସ୍ଥାନ ସରକାରକୁ ଯେତେବେଳେ ବହୁମତ ଦେଖାଇବାକୁ ପଡିଥିଲା ସେତେବେଳେ ବି.ଟି.ପିର ବିଧାୟକ ମାନେ ସରକାରକୁ ସମର୍ଥନ ଦେଇ ଗେହଲଟଙ୍କ ସରକାର ଭାଙ୍ଗିବାରୁ ତାଙ୍କୁ ରକ୍ଷା କରିଥିଲେ ।

ତେବେ କିଛିଦିନ ମଧ୍ୟରେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଭଲ ପ୍ରଦର୍ଶନ କରିବା ସହ କଂଗ୍ରେସ ଓ ଅନ୍ୟ ଦଳ ମାନଙ୍କ ପ୍ରଦର୍ଶନ ଖରାପ ଥିଲା । ଏନେଇ ବିଟିପି ବିଧାୟକ ମାନେ ଅଭିଯୋଗ ଆଣିଥିଲେ କି ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସମର୍ଥନ କରିନଥିଲା । ପଞ୍ଚାୟତ ନିର୍ବାଚନରେ ୧୮୩୩ ଟି ପଂଚାୟତରେ ବିଜେପିର ବିଜୟ ହୋଇଥିବା ବେଳେ ସରକାରରେ ଥିବା କଂଗ୍ରେସ ୧୭୧୩ ଟି ପଂଚାୟତରେ ବିଜୟୀ ହୋଇଥିଲା । ଏହା ସହ ଜିଲ୍ଲାପରିଷଦ କ୍ଷେତ୍ରରେ ବିଜେପି କଂଗ୍ରେସ ଠାରୁ ବି ଅଧିକ ଆସନରେ ବିଜୟଲାଭ କରିଥିଲା

ଏଭଳି ପରିସ୍ଥିତିରେ ବିଟିପିର ୨ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବି ସରକାର ଉପରେ ସେମିତି କିଛି ପ୍ରଭାବ ପଡିବ ନାହିଁ । କାରଣ କଂଗ୍ରେସ ପାଖରେ ଏବେବି ବହୁମତ ରହିଛି । ମାତ୍ର କିଛି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏହାର ଫଳା ଫଳ ସରକାର ଉପରେ ପ୍ରଭାବ ପକାଇ ପାରେ । ରାଜସ୍ଥାନ ବିଧାନସଭାରେ ମୋଟ ୨୦୦ ଆସନ ଥିବା ବେଳେ କଂଗ୍ରେସ ପାଖରେ ୧୧୮ ବିଧାୟକ ରହିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କିଛି ସ୍ୱାଧୀନ ବିଧାୟକ ଅଛନ୍ତି ।


ଏଠାରେ ପ୍ରକାଶ ଥାଉକି, ପଞ୍ଚାୟତ ନିର୍ବାଚନ ଫଳା ଫଳ ଆସିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କାହାରି ନାମ ନନେଇ କହିଥିଲେ କି ପୁଣି ଥରେ ସରକାର ଭାଙ୍ଗିବାକୁ ପ୍ରୟାସ ଆରମ୍ଭ ହୋଇଛି । ସେହିପରି ବର୍ଷ ଆରମ୍ଭରେ ରାଜସ୍ଥାନ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଥିଲା ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରି ତାଙ୍କ ସମର୍ଥିତ ବିଧାୟକ ମାନଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ହେଲେ ଶେଷରେ ସଚିନ୍ ପାଇଲଟ ଦଳୀୟ ଶୃଙ୍ଖଳା ମାନିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସଚିନ୍ ପାଇଲଟଙ୍କୁ ଦଳ କୌଣସି ବଡ ପଦରେ ଅବସ୍ଥାପିତ କରିନାହିଁ । ଯାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ସଚିନ ପାଇଲଟ ଗୃହଭେଦି ବିଭିଷଣ ଭାବେ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଭାବୁଛନ୍ତି। ସରକାର ର ସୁଦୃଢ଼ତାକୁ ନେଇ ଏମିତି ମିଶାଣ ଫେଡ଼ାଣ ଭିତରେ ଦଳ ଭାଙ୍ଗିବା ନ ରହିବ ସଂକଟରେ ରହିଛନ୍ତି ଗେହଲଟ୍ ସରକାର।