ଦ୍ୱିତୀୟ ଟେଷ୍ଟରେ ଶତକ ମାରିଲେ ହିଟ୍‌ମ୍ୟାନ୍

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶତକ ମାରିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଶୁବମନ ଗିଲ୍ ଓ ଅଧିନାୟକ ବିରାଟ କୋହଲି ଖାତା ଖୋଲିପାରି ନଥିଲେ ଏବଂ ପୂଜାରା ଫେଲ୍ ହେବା ସତ୍ତ୍ୱେ ମଧ୍ୟ ରୋହିତ ଶର୍ମା ଏକ ଜବରଦସ୍ତ ଇଂନିସ ଖେଳି ଶତକ ହାସଲ କରିଛନ୍ତି। ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିଅରର ୭ମ ଶତକ।

ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଉଥିବା ରୋହିତ ଖବର ଲେଖାଯିବା ବେଳକୁ ୧୪୧ ବଲ୍‌ରେ ୧୦୭ ରନ୍ କରିଛନ୍ତି। ତା’ ମଧ୍ୟରେ ରହିଛି ୧୪ଟି ଚୌକା ଓ ୨ଟି ଛକା। ରାହାଣେ ୫୬ଟି ବଲ୍‌ରୁ ୨୭ ରନ୍ କରିଛନ୍ତି।