ଖସିଗଲେ ଶିକାରୀ , ୩ ଦେଶୀ ବନ୍ଧୁକ, ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ

ଶିମିଳିପାଳ ଅଭୟାରଣ୍ୟ ରୁ ହାତୀ ଶିକାର ଓ ବାଘ ଛାଲ ଜବଦ…

ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟ ରୁ ହାତୀ ଶିକାର ଓ ବାଘ ଛାଲ ଜବଦ ପରେ ବନ ବିଭାଗ ର ତତ୍ପରତା ମାଣିକ ପୁର ଗ୍ରାମରୁ ଜବଦ ହେଲା 3 ଦେଶୀ ବନ୍ଧୁକ, ଓ ଶିକାରରେ ବ୍ୟବହୃତ ସାମଗ୍ରୀ। ମୟୁରଭଞ୍ଜ ଜିଲ୍ଲା ର ଶିମିଳିପାଳ ଅଭୟାରଣ୍ୟ ରୁ ହାତୀ ମୃତ୍ୟୁ ଏବଂ ବାଘ ଛlଲ ରାକେଟ ର ପର୍ଦାଫାଶ ପରେ ତତ୍ପରତା ଦେଖାଇଛି ବନବିଭାଗ, ବନ ବିଭାଗ ର ଚଢ଼ାଉ ରେ ଖସିଗଲେ ଶିକାରୀ, ଶିକାର କରିବା ନିମନ୍ତେ ବନ୍ଧୁକରେ ଗୁଳି ଭର୍ତି କରି ରଖିଥିଲେ ଶିକାରୀ । ଘର ଭିତରେ ବନବିଭାଗ ଏବଂ ପୋଲିସ୍ ଚଢାଉ କରିଥିବା ବେଳେ ବନବିଭାଗ କେବଳ ବନ୍ଧୁକ ଓ ଧନୁ ତୀର, ଟାଙ୍ଗୀ ଓ କିଛି ଫାସ ଜବତ କରିଥିବା ବେଳେ ବନବିଭାଗ ସାମ୍ନାରେ ହିଁ ଖସି ପଳାଇ ଗଲେ ଶିକାରୀ । ୪୦ ରୁ ଅଧିକ ପୋଲିସ୍ ଏବଂ ବନ କର୍ମଚାରୀ ଥାଇ ସୁଦ୍ଧା ଶିକାରୀକୁ ଧରିବାରେ ବିଫଳ ହେଲା ବନ ବିଭାଗ । ଉଦଳା ରେଞ୍ଜ ମାଣିକପୁର ଗ୍ରାମର ଲକ୍ଷ୍ମଣ ସୋରେନଙ୍କ ଘରେ ବୁଧବାର ଭୋର ସମୟରେ ବନବିଭାଗ ପୋଲିସ୍‌ର ସହାୟତାରେ ମିଳିତ ଭାବେ ଚଢାଉ କରିଥିଲେ । ହେଲେ ଘରେ ପହଂଚିବା କ୍ଷଣି ଶିକାରୀ ବନବିଭାଗ ସାମ୍ନାରେ ଖସି ପଳାଇ ଯାଇଥିବା ବେଳେ ଶିକାରୀକୁ ନ ଧରି କେବଳ ଘର ଭିତରୁ ଶିକାର ନିମନ୍ତେ ଥିବା ତିନି ଗୋଟି ଗୁଳି ଭର୍ତି ଦେଶୀ ବନ୍ଧୁକ, ଫାଶ ଏବଂ ଧନୁତୀର ବନବିଭାଗ ଜବତ କରି ଫେରି ଆସିଛି । ଲଗାତାର ଶିମିଳିପାଳରେ ବନ୍ୟଜନ୍ତୁ ଶିକାର ନେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ବନବିଭାଗ କେବଳ ବନ୍ଧୁକ ଜବତ କରି ଫେରିବା ଘଟଣା ବନବିଭାଗ ଉପରେ ଆଙ୍ଗୁଠି ଠାର ମାରୁଛି l