ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିପାରେ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ ଦଳ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ ମାର୍ଚ୍ଚ ୧୨ରୁ ୨୦ ପର୍ୟ୍ୟନ୍ତ ଅହମ୍ମଦାବାଦ୍‌ସ୍ଥିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ।। ଟ୍ବେଣ୍ଟି୨୦ ସିରିଜ୍‌ରେ ଷ୍ଟାଡ଼ିୟମକୁ ଦର୍ଶକଙ୍କ ପ୍ରବେଶ ଲାଗି ଖୋଲିବାକୁ ଚିନ୍ତା କରୁଥିବାବେଳେ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ବିସିସିଆଇ ଅଫିସିଆଲ ପକ୍ଷରୁ କୁହାଯାଇଛି ଯେ ଭାରତ-ଇଲଣ୍ଡ ଟ୍ବେଣ୍ଟି-୨୦ ସିରିଜ୍‌ ବେଳେ ପ୍ରଶଂସକଙ୍କ ପାଇଁ ଷ୍ଟାଡ଼ିୟମ ଖୋଲିବାକୁ ଚାହୁଁଛୁ। କେତେ ସଂଖ୍ୟାରେ ଟିକଟ ବିକ୍ରି କରାଯିବ ଆମେ ସେ ସମ୍ପର୍କରେ ଏପର୍ୟ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ନେଇ ଚିନ୍ତାକରୁଛୁ। ଏ ନେଇ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଦର୍ଶକଙ୍କ ସୁରକ୍ଷା ପ୍ରତି ଆମେ ପ୍ରାଥମିକତା ଦେଉଛୁ ।