କୋଭିଡ୍‌-୧୯ ଟିକାକରଣ ପାଇଁ ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ।

ନୂଆଦିଲ୍ଲୀ(ଏସ୍ ନ୍ୟୁଜ):କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି ଯେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଜାନୁଆରି ୧୭ ତାରିଖ ଜାତୀୟ ପୋଲିଓ ଟିକାକରଣ ଅଭିଯାନକୁ କେନ୍ଦ୍ର ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ।

ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଜାନୁଆରି ୧୬ ତାରିଖ ଶନିବାର ଦିନ ଆରମ୍ଭ ହେବାକୁ ଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ପୋଲିଓ ଟିକାକରଣ ଓ କୋଭିଡ୍‌-୧୯ ଟିକାକରଣ ପାଖାପାଖି ପଡୁଥିବାରୁ ପରିଚାଳନାଗତ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।ତେଣୁ ସାମୟିକ ଭାବେ ପୋଲିଓ ଟିକାରକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲେ।ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଜାନୁଆରି ୯ ତାରିଖ ଦିନ ଏହି ଚିଠି ଜାରି କରାଯାଇଥିଲା।କୋଭିଡ୍‌-୧୯ ଟିକାକରଣ ପରେ ପରେ ପୋଲିଓ ଟିକାକରଣ ଆରମ୍ଭ ହେବ।