କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ

କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ରଖିଛନ୍ତି । ଦେଶରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇପାରିବ…..

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ରଖିଛନ୍ତି । ଦେଶରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍‌ ଏଲ୍‌.ନାଗେଶ୍ୱର ରାଓ ଓ ବିଆର ଗାଭାଇ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇଛି । କୌଣସି ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ସରକାର ଏଥି ପାଇଁ କେବଳ ନୀତି ନିର୍ଦ୍ଧାରଣ କରିପାରିବେ ବୋଲି କୁହାଯାଇଛି । ତାହାଛଡ଼ା ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ସରକାର ସର୍ତ୍ତବଳୀ ଲାଗୁ କରିପାରିବେ । ଅନ୍ୟପଟେ ସୁପ୍ରିମକୋର୍ଟ ଟିକା ନନେଇଥିବା ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ ଯାଇପାରିବେ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଟିକା ନନେଇଥିବା ବ୍ୟକ୍ତି ସଂକ୍ରମକ ବୋଲି ପ୍ରମାଣ ହୋଇନି । ଟିକା ନ​‌ନେଇଥିବା ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ ନଯିବା ବେଆଇନ୍‌ ସୁପ୍ରିମକୋର୍ଟ କହିଛନ୍ତି ।