ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଆଜି ଆସିବ ରାୟ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ଏ ନେଇ ରାୟ ସଂରକ୍ଷିତ ରଖିଛନ୍ତି ମୁମ୍ବାଇ ସେସନ୍ସ କୋର୍ଟ । ଗତକାଲି ଜାମିନ ନେଇ ଉଭୟ ଏନସିବି ଏବଂ ଆରୟନଙ୍କ ଓକିଲ ପକ୍ଷ ରଖିଥିଲେ । ଏନସିବି କୋର୍ଟରେ କହିଛି ଜଣେ ଅଭିଯୁକ୍ତକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବା ଠିକ୍ ନୁହେଁ । ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନି, ଏହା ସତ । କିନ୍ତୁ ଆରୟନ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିଲେ । ଏହାର ତଦନ୍ତ ହେବା ଦରକାର । ଆରୟନ ଖାନ୍ ଯେଉଁ ବିଦେଶୀ ଡ୍ରଗ୍ସ ଅର୍ଡର କରିଥିବା ଅଭିଯୋଗ ରହିଛି । ଏହି ଡ୍ରଗ୍ସ ତାଙ୍କ ସାଙ୍ଗ ଅରବାଜ ମର୍ଚେଂଟଙ୍କ ପାଖରୁ ମିଳିଛି । ତେଣୁ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ ଏବେ ତଦନ୍ତ ଚାଲିଛି ବୋଲି ଏନସିବି କୋର୍ଟରେ କହିଛି । ସେହିପରି ଆରୟନଙ୍କ ଓକିଲ କହିଛନ୍ତି ଆରୟନଙ୍କ ପାଖରୁ ଡ୍ରଗ୍ସ କି ଟଙ୍କା ମିଳିନି । ସେହିପରି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମୁନମୁନ ଧୋମାଚାଙ୍କୁ ଆରୟନ ଜାଣି ନାହାନ୍ତି । ଆରୟନଙ୍କ ଜାମିନ ପାଇଁ ଦେଶର ନାମୀଦାମୀ ଓକିଲଙ୍କୁ ଶାହାରୁଖ ନିୟୋଜିତ କରିଛନ୍ତି । ପ୍ରଥମେ ସତୀଶ ମନସିନେ୍ଧ ପରେ ଅମିତ ଦେଶାଇଙ୍କୁ ନିଯୁକ୍ତ କରିଛନ୍ତି ବଲିଉଡ ସୁପରଷ୍ଟାର ।