ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ପଶ୍ଚିମବଙ୍ଗ ସରକାର ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତା ହାଇକୋର୍ଟର ଦୁଇ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ କରାଯିବ । ଯାଞ୍ଚ ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।
ପେଗାସସ୍ ଫୋନ୍ ହ୍ୟାକିଂ ତାଲିକାରେ ଟିଏମ୍‌ସି ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ରହିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟକରିଛନ୍ତି ମମତା ବାନାର୍ଜୀ । ଦେଶରେ ପେଗାସସ୍‌ଙ୍କୁ ନେଇ ବିବାଦ ଜାରି ରହିଥିବା ବେଳେ ଯାଞ୍ଚ ପାଇଁ ଅରାଜି କେନ୍ଦ୍ର ସରକାର । ତେଣୁ ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର ।