ଦିନକରେ ଦେଶରେ ୮୧ ହଜାରୁ ଅଧିକ ସଂକ୍ରମତି

ନୂଆଦିଲ୍ଲୀ: ଦିନକରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ସଂକ୍ରମିତ। ଯାହା ଚଳିତ ବର୍ଷର ସବୁଠାରୁ ଅଧିକ ବୋଲି ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାର ୪୬୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ପୂର୍ବଦିନ ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଦିନକରେ ୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ହୋଲି ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ସୀମା ଟପିଛି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଠି ଦିନକରେ ୪୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବା ରେକର୍ଡ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯କୁ ବୃଦ୍ଧି ପାଇଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬ ଲକ୍ଷ ୧୪ହଜାର ୬୯୬ ।