ଆଜି ରାଜ୍ୟରୁ ୧୭ ଜଣ କୋଭିଡ୍ ପଜିଟିଭ ଚିହ୍ନଟ

ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ….

ଭୁବନେଶ୍ୱର : ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ତେବେ ପୁଣି ଥରେ କୋଭିଡର ଚତୁର୍ଥ ଲହର ଆସିବାର ସମ୍ଭାବନା ଦେଖାଦେଇଛି । ଦେଶର କିଛି ରାଜ୍ୟରେ ଏବେ କୋଭିଡର ସଂକ୍ରମଣ ବଢ଼ିବାରେ ଲାଗିଛି ।

ଆଜି ୧୭ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୧ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୩୯ରେ ପହଞ୍ଚିଛି । ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୯୨୯ ରହିଥିବା ବେଳେ ୧୩୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।