ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରିପାରିବେନି ଭକ୍ତ-shaksi news

ସାକ୍ଷୀଗୋପାଳ (ଏସ୍ ନ୍ଯୁଜ): ଆଜି କାର୍ତ୍ତିକ ଶୁକ୍ଳପକ୍ଷ ନବମିତିଥୀ ବା ପବିତ୍ର ଅଁଳା ନବମୀ । କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ଏଥର ହେବ ଦେବ ନୀତି । ଭକ୍ତ ରାଧା ପାଦ ଦର୍ଶନ କରିପାରିବେନି। ପ୍ରଶାସନ ତରଫରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଥିବାବେଳେ ମନ୍ଦିରର ୨୦୦ ମିଟର ଵ୍ୟାସାର୍ଦ୍ଧ ଅଞ୍ଚଳରେ ୧୪୪ ଧାରା କରାଯାଇଛି ।

ଚଳିତ ବର୍ଷ କୋଭିଡ କଟକଣା ଲାଗି ସାକ୍ଷୀ ଗୋପାଳ ମନ୍ଦିରରେ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥାଏ । ନିର୍ମିତ ବ୍ୟାରିକେଡ ମଧ୍ୟରେ ପ୍ରାୟ ୨ କିଲୋମିଟର ଲମ୍ବା ଧାଡିରେ ଦୀର୍ଘ ତିନି ଚାରି ଘଣ୍ଟା ଧରି ଅପେକ୍ଷା କରି ଶ୍ରଦ୍ଧାଳୁ ଓ ହବିଷ୍ୟଳି ମାନେ ମାଙ୍କ ପଦ ଦର୍ଶନ କରିଥାନ୍ତି । ପବିତ୍ର ଅଁଳା ନବମୀ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ ସାଧାରଣ ଦର୍ଶନ ଵନ୍ଦ ରହିଥିବାରୁ ପ୍ରତିବର୍ଷ ଭଳି ଏଥର ସମାଗମ ହେବ ନାହିଁ ।