ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା; କୋଭିଡ କଟକଣା ସହ ମଣ୍ଡପରେ ଚାଲିଛି ମାଆଙ୍କ ରୀତିନୀତି

ଭୁବନେଶ୍ୱର: ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ସ୍ୱତନ୍ତ୍ର ରୀତିନୀତି ଅନୁସାରେ କରୋନା କଟକଣା ଭିତରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ କୌଣସି ମଣ୍ଡପରେ ଭକ୍ତ, ମା’ ଜଗତଜନନୀଙ୍କ ଦର୍ଶନ କରିପାରୁନଥିବା ଦେଖାଯାଇଛି। କିଛି ଭକ୍ତ ଆସି ମଣ୍ଡପ ବାହାରେ ଅପେକ୍ଷା କରିଥିବା ଦୃଶ୍ୟ ଦେଖାଯାଇଥିଲେ ବି ସେମାନେ ପରଦା ପଛରେ ରହି ପୂଜା କରିଥିବା ଦେଖାଯାଇଛି। ତେବେ ଭକ୍ତ ଓ ମା’ଙ୍କୁ ଯୋଡ଼ିବା ପାଇଁ ମଣ୍ଡପ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ପୂଜାର୍ଚ୍ଚନାର ସିଧା ପ୍ରସାରଣ କରାଯାଉଛି । ଘରେ ରହି ଭକ୍ତମାନେ ମା’ଙ୍କ ଦର୍ଶନ କରିପାରୁଛନ୍ତି। କରୋନା ମହାମାରୀ ପାଇଁ ସବୁଠି ନିରାଡମ୍ବର ଭାବେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁରର ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ଭିତରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି ।