ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ଟିଆରପି ସ୍କାମ

ମହାରାଷ୍ଟ୍ର : ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଟିଆରପି ସ୍କାମ୍। ଏନେଇ ଉତ୍ତରପ୍ରଦେଶ ପୋଲିସର ଅନୁମୋଦନ ଆଧାରରେ ଟେଲିଭିଜନ ଟିଆରପି ସ୍କାମ୍ ମ୍ୟାନୁପ୍ୟୁଲେସନ ନେଇ ସିବିଆଇ ଏଫଆଇଆର ଦାଖଲ କରିଛି।ଯୋଗୀ ସରକାର ଏନେଇ ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଥିଲେ। ଏହାପରେ ସିବିଆଇ ହାତକୁ ଏହି ମାମଲା ହସ୍ତକ୍ଷେପ କରାଯାଇଛି।

ପୋଲିସ ସୂଚନାମୁତାବିକ,ତିନି ଦିନ ତଳେ ଏକ ବିଜ୍ଞାପନ କମ୍ପାନୀର ପ୍ରମୋଟରଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିଲା। ସେ କହିଛନ୍ତି ଯେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୪୬୮, ୪୬୫, ୪୬୩, ୪୨୦, ୪୦୯, ୪୦୬, ୧୨୦ବି ଅନୁଯାୟୀ ମାମଲା ରୁଜୁ ହୋଇଛି । ଟଙ୍କା ନେଇ ଟିଆରପି ରେଟିଂ ବଢାଇବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ।

ନିକଟରେ ମୁମ୍ବାଇ ପୋଲିସ ଟିଆରପି ସ୍କାମ୍ କୁ ରୋକିବା ପାଇଁ ଏକ ମାମଲା ରୁଜୁ କରିଥିଲା। ଯାହା ପରେ ବ୍ରଡକାଷ୍ଟ ଦର୍ଶକ ଅନୁସନ୍ଧାନ ପରିଷଦ (BARC) ରେଟିଂ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ କରିଛି । ଏହି ସମୟରେ, ନକଲି ଟେଲିଭିନ୍ ରେଟିଂ ପଏଣ୍ଟ ରାକେଟ ସଂପର୍କରେ ମଙ୍ଗଳବାର ପୋଲିସର କ୍ରାଇମ ବ୍ରାଞ୍ଚ ଦୁଇଜଣ ପୂର୍ବତନ ହାନ୍ସ ରିସର୍ଚ୍ଚ ଏଜେନ୍ସି କର୍ମଚାରୀଙ୍କୁ ଗିରଫ କରିଛି। ଏନେଇ ଅଧିକାରୀ ମାନେ ସୂଚନା ଦେଇଛନ୍ତି।