‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ

ନୂଆଦିଲ୍ଲୀ: ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ବଡ ଘୋଷଣା କରିଛନ୍ତି । ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ ‘ଉଡାନ’ ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ବିମାନଗୁଡ଼ିକ ଦେଶରେ କମ୍‌ ବ୍ୟବହୃତ ବିମାନବନ୍ଦରକୁ ବ୍ୟବହାର କରିଥାଏ ଏବଂ ଦେଶର ଲୋକଙ୍କୁ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଇବାକୁ ଚେଷ୍ଟା କରିଥାଏ । ଟ୍ୱିଟ୍‌ କରି ସିନ୍ଧିଆ କହିଛନ୍ତି ଯେ, ମଧ୍ୟପ୍ରଦେଶ ପାଇଁ ଏକ ଖୁସି ଖବର । ଜୁଲାଇ ୧୬ରୁ ଫ୍ଲାଏ ସ୍ପାଇସଜେଟ୍‌ ମାଧ୍ୟମରେ ୮ଟି ନୂଆ ବିମାନ ଚଳାଚଳ ଆରମ୍ଭ ହେବ । ଏହି ବିମାନ ଗ୍ୱାଲିଅର୍‌-ମୁମ୍ବାଇ-ଗ୍ୱାଲିଅର୍‌, ଗ୍ୱାଲିଅର୍‌-ପୁଣେ-ଗ୍ୱାଲିଅର୍‌, ଜବଲପୁର-ସୁରଟ-ଜବଲପୁର, ଅହମ୍ମଦାବାଦ-ଗ୍ୱାଲିଅର୍‌-ଅହମ୍ମଦାବାଦକୁ ଚଳାଚଳ କରିବ ବୋଲି ସିନ୍ଧିଆ ଟୁଇଟ କରି କହିଛନ୍ତି ।