ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ, ଏସ୍‌ ନ୍ୟୁଜ : ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟ ମୂଳକ ଭେଟିଥିଲେ । ମନ୍ତ୍ରୀଙ୍କ ସହ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଓ ବ୍ରହ୍ମଗିରି ବିଧାୟକ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଶିକ୍ଷା ବିଭାଗରେ ସଂସ୍କାର ଆଣିବା ସହ ବନାରସ ବିଶ୍ୱ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ଶଙ୍କରାଚାର୍ଯ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି ।