ଦେଶରେ ଏବେ ସୁଦ୍ଧା ୧୦% ଲୋକ ଡବଲ ଡୋଜ ଟିକା ନେଇଛନ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବିରୋଧରେ ଲଢେଇ ପାଇଁ ଟିକାକରଣ ଜୋରଦାର ହୋଇଛି । ଏବେ ସୁଦ୍ଧା ଦେଶରେ ୯ କୋଟିରୁ ଅଧିକ ଲୋକ ଦୁଇଟି ଡୋଜ ଟିକା ନେଇ ସାରିଛନ୍ତି । ଭ୍ୟାକସିନ ନେବାକୁ ଥିବା ବା ନେଇଥିବା ଜନସଂଖ୍ୟାର ମୋଟ ୧୦ ପ୍ରତିଶତ ଲୋକ ଦୁଇଟି ଡୋଜ ନେଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଏବେ ମୋଟ ୪୪.୧୯ କୋଟି ଡୋଜ ଦିଆଯାଇଥିବା ବେଳେ ଦେଶରେ ୧୮ରୁ ୪୪ ବର୍ଷ ବୟସର ଲୋକ ଆନୁମନିକ ଭାବେ ୫୯.୭ କୋଟି ବୋଲି କୁହାଯାଉଛି । ଏହା ବ୍ୟତୀତ ୪୫ରୁ ୫୯ ବୟସର ଲୋକ ସଂଖ୍ୟା ୨୦.୯ କୋଟି । ଏହି କ୍ରମରେ ୧୮ରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ମୋଟ ୯୪.୪ କୋଟି ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ଆନୁମାନିକ ୧୩.୮ କୋଟି ହେବ ।