ଚିନ୍ତାରେ ୱାରିନା : ଆଫଗାନିସ୍ତାନରେ ମହିଳାଙ୍କ ଜୀବନ ବିପଦରେ

ମୁମ୍ବାଇ: ତାଲିବାନ ଶାସନର ଆଗମନ ସହିତ ଆଫଗାନିସ୍ତାନରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇପଡ଼ିଛି । ଏନେଇ ଅଭିନେତ୍ରୀ ୱାରିନା ହୁସେନ୍‌ ଆଫଗାନ୍‌ ବାସୀଙ୍କ ପାଇଁ ଚିନ୍ତାରେ ଅଛନ୍ତି । ଫିଲ୍ମ ଲଭୟାତ୍ରୀରେ ଡେବ୍ୟୁ କରିଥିବା ଅଭିନେତ୍ରୀ ୱାରିନା ହୁସେନ୍‌ ମଧ୍ୟ ଆଫଗାନିସ୍ତାନର ଅଟନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ ପରିସ୍ଥିତି ପରିସ୍ଥିତି ବର୍ତ୍ତମାନ ସେଠାରେ ଭୟଙ୍କର । ସେ କହିଥିଲେ ଯେ, ଆଫଗାନିସ୍ତାନର ଅବସ୍ଥା ଦେଖି ମୋର ହୃଦୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ମୋର ଅନେକ ବନ୍ଧୁ ସେଠାରେ ରୁହନ୍ତି । ମୁଁ ସେମାନଙ୍କ ପାଇଁ ବହୁତ ଭୟଭୀତ ଅନୁଭବ କରୁଛି । ତାଲିବାନମାନେ କ୍ରମାଗତ ଭାବରେ କହୁଛି ଯେ ସେମାନେ ମହିଳାଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେବେ ହେଲେ କଣ ତାଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ । ଏପରିକି ନିଶ୍ୱାସ ନେବା ମଧ୍ୟ କେତେ କଷ୍ଟକର । ହେଲେ ତାଲିବାନ ଯାହା କହୁଛନ୍ତି ତାହାର ବିପରୀତ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ୱାରିନା କହିଛନ୍ତି ଯେ କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଲୋକମାନେ ଭୟଭୀତ ହୋଇ ଅଛନ୍ତି । ସମସ୍ତେ ନିଜ ଘରେ ଲୁଚି ବସିଛନ୍ତି, ପରବର୍ତ୍ତୀ ସମୟରେ କ’ଣ ହେବ ଜାଣନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ମହିଳାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଛି ।