‘ନିଭାର’ ନେଉଛି ଭୀଷଣ ବାତ୍ୟାର ରୂପ-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ ):ବଙ୍ଗୋପସାଗରରେ ଅଧିକ ଘନୀଭୁତ ହେବାରେ ଲାଗିଛି ବାତ୍ୟା ‘ନିଭାର’ । ଅଧିକ ଘନୀଭୁତ ହୋଇ ଏହା ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଚେନ୍ନାଇଠାରୁ ୩୫୦ କିମି ଦୂରରେ ବାତ୍ୟା ‘ନିଭାର’ ରହିଛି । ଆଜି ସନ୍ଧ୍ୟା କିମ୍ବା ରାତିରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟା ହୋଇ କରାଇକାଲ ଓ ମହବଳିପୁରମ ଅତିକ୍ରମ କରିବ । ଅତିକ୍ରମ ସୟରେ ୧୪୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ତେବେ ଓଡିଶାରେ ‘ନିଭାର’ର ପ୍ରଭାବ ବିଶେଷ ପଡିବନାହିଁ । ଆଜି ଓ କାଲି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।