ନାମାଙ୍କନ ଦାଖଲ କରିବାକୁ ଯାଇ ନନ୍ଦିଗ୍ରାମରେ ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା : ନାମାଙ୍କନ ଦାଖଲ କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି। ବୁଧବାର ନନ୍ଦିଗ୍ରାମରେ ଥିବାବେଳେ ମମତାଙ୍କ ଗୋଡରେ ଆଘାତ ଲାଗିଥିଲା । ତାଙ୍କ ଉପରକୁ ଆକ୍ରମଣ ହୋଇଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି ବୋଲି ସେ କହିଛନ୍ତି।

ନନ୍ଦିଗ୍ରାମରେ ମମତା ବାନାର୍ଜୀ ନିର୍ବାଚନ ଲଢୁଛନ୍ତି । ବୁଧବାର ନାମାଙ୍କନ ଦାଖଲ କରିବାକୁ ସେ ନନ୍ଦିଗ୍ରାମରେ ଥିଲେ । ଆଉ ଏହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଛି । ମମତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିବା କୁହାଯାଇଛି । ନନ୍ଦିଗ୍ରାମରେ ସବୁ କାର୍ଯ୍ୟକ୍ରମ ରଦ୍ଦ କରାଯାଇ ସଡକ ପଥରେ ଗ୍ରୀନ କରିଡର କରି ମମତାଙ୍କୁ କୋଲାକାତା ଅଣାଯାଇଛି । କୋଲକାତାରେ ପହଂଚିବାପରେ ଏସ.ଏସ.କେ ଏମ ହସ୍ପିଟାଲରେ ଭର୍ତି କରାଯାଇଛି ।