ୱାର୍ଲ୍ଡ ଟେବଲ୍‌ ଟେନିସ: ହଂସିନୀଙ୍କୁ ଡବଲ ପଦକ

ନୂଆଦିଲ୍ଲୀ : ଅଷ୍ଟ୍ରିଆର ଲିଞ୍ଜଠାରେ ଅନୁଷ୍ଠିତ ୱାର୍ଲ୍ଡ ଟେବଲ୍‌ ଟେନିସ ୟୁଥ କଣ୍ଟେଣ୍ଡର ଟୁର୍ଣ୍ଣାମେଣ୍ଟରେ ଭାରତର ହଂସିନୀ ମଥାନ ରାଜନ ଡବଲ ପଦକ ହାସଲ କରିଛନ୍ତି । ସେ ୧୩ ବର୍ଷରୁ କମ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ୧୫ ବର୍ଷରୁ କମ ବର୍ଗରେ ବ୍ରୋଞ୍ଜ ପଦକ ପାଇଛନ୍ତି । ରୋମାନିଆର ଆଣ୍ଡ୍ରିଆ ବାଇସୁଙ୍କୁ ସଂଘର୍ଷପୂର୍ଣ୍ଣ ଫାଇନାଲରେ ୧୧-୩,୭-୧୧,୯-୧୧,୧୧-୦, ୧୧-୮ରେ ପରାସ୍ତ କରି ହଂସିନୀ ସ୍ୱର୍ଣ୍ଣପଦକଟି ଜିତିଛନ୍ତି । ସେହିପରି କ୍ୱାର୍ଟର ଫାଇନାଲରେ ୩-୦ରେ ସାଉଥ କୋରିଆର ଚୋଇ ହୋସିଆଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିବା ହଂସିନୀ ଏହି ପର୍ଯ୍ୟାୟରେ ଅନ୍ୟତମ ସାଉଥ୍‌ କୋରିଆ ପ୍ରତିଯୋଗୀ ୟୁ ୟେରିନଙ୍କଠାରୁ ହାରିଯାଇଥିଲେ । ତେଣୁ ତାଙ୍କୁ ଅଣ୍ଡର-୧୫ ବର୍ଗରେ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି ।