ଟିଏମସି ଦଳର ଉପାଧ୍ୟକ୍ଷ ହେଲେ ଯଶବନ୍ତ ସିହ୍ନା

କୋଲକାତା : ତୃଣମୂଳ କଂଗ୍ରେସରେ ସାମିଲ ହେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ତୃଣମୂଳ କଂଗ୍ରେସର ଉପାଧ୍ୟକ୍ଷ ପଦବୀ ସହ ଦଳର ନ୍ୟାସନାଲ ୱାର୍କିଙ୍ଗ୍ କମିଟିର ସଦସ୍ୟ ମଧ୍ୟ କରାଯାଇଛି। ଯଶବନ୍ତ ସିହ୍ନାଙ୍କ ନିଯୁକ୍ତି ଆଦେଶ ଆଜିଠାରୁ ଲାଗୁ ହେବ। ବଙ୍ଗଳା ନିର୍ବାଚନରେ ଯଶବନ୍ତ ଦଳ ପାଇଁ ପ୍ରଚାର କରିବେ। ସେ ଟିଏମସିରେ ସାମିଲ ହେଲାବେଳେ କହିଥିଲେ ଯେ ସେ ବଙ୍ଗଳାରେ ମମତା ବାନାର୍ଜୀଙ୍କ ବିଜୟ ସୁନିଶ୍ଚିତ କରାଇବେ।

ତୃଣମୂଳ କଂଗ୍ରେସର ନେତା ସୂଦୀପ ବନ୍ଦୋପାଧ୍ୟାୟ ଦଳରେ ଯଶବନ୍ତ ସିହ୍ନାଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯଶବନ୍ତ ସିହ୍ନା ଟିଏମସିରେ ସାମିଲ ହେବା ବିଜେପି ବିରୋଧୀ ଲଢେଇକୁ ଆହୁରି ମଜବୁତ କରିବ। ଯଶବନ୍ତ ସିହ୍ନା ୧୯୯୦ ମସିହାରେ ଚନ୍ଦ୍ରଶେଖରଙ୍କ ସରକାର ସମୟରେ ଅର୍ଥମନ୍ତ୍ରୀ ଥିଲେ। ଏହାପରେ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସେ ବୈଦେଶିକ ମନ୍ତ୍ରୀ ଥିଲେ।